ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ତା 7.4.2025 ଓଡ଼ିଆ ପକ୍ଷ ଏପ୍ରିଲ ପହିଲାରୁ ଆରମ୍ଭ ହୋଇ 14 ଏପ୍ରିଲ ପର୍ଯ୍ୟନ୍ତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବ। କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ଏହି ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆଜି ଏହି ଅବସରରେ ସ୍କୁଲ ପିଲାଙ୍କୁ ବର୍ଣ୍ଣବୋଧ ବଣ୍ଟନ କରାଯାଇଛି। ସଦରମହକୁମା ଭବାନୀ ପାଟଣା ସ୍ଥିତ ପୁରୁଣାପଡl।ଟାଉନ ଉଚ୍ଚବିଦ୍ୟାଳୟ, ପରଦେଶୀ ପଡା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ବର୍ଣ୍ଣବୋଧ ବଣ୍ଟନ କରି ପିଲାମାନେ ଭଲ ପାଠ ପଢି ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ।ଏଥିରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ତନ୍ମୟ କୁମାର ଦରୱାନ,ଉପ ଜିଲ୍ଲାପାଳ ଭବାନୀ ପାଟଣା, ପ୍ରଭାତ କୁମାର ପରିଡା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପଶିଙ୍ଗ ରାଉତ, ପ୍ରୋଗ୍ରାମ ଅଫିସର ଅଂଶୁମାନ ବାବୁ, ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ପ୍ରମୁଖ ଯୋଗଦେଇ ଥିଲେ। ଓଡ଼ିଆ ପକ୍ଷ ପାଳନ ଅବସରରେ ଆସନ୍ତା କାଲି 8 ଏପ୍ରିଲ ପୂର୍ବାହ୍ନ 9 ଘଟିକା ରେ ରେଡ଼କ୍ରସ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରକ୍ତଦାନ ଶିବିର ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ। ଓଡ଼ିଆ ପକ୍ଷ ପାଳନ ଅବସରରେ ଆସନ୍ତା ଏପ୍ରିଲ 14 ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ର ସଫଳ ଆୟୋଜନ ରେ ପୂର୍ଣ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଅଛି ।