ସୁବର୍ଣ୍ଣପୁର,ଶାସକ ପ୍ରଶାସକ(ପ୍ରକାଶ କୁମାର ହାତୀ): ରାଜ୍ୟବାସୀଙ୍କ ପାଇଁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଣ ଲକ୍ଷ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଉପଖଣ୍ଡ ତରଭା ବ୍ଲକ ଦେଉଳପଦର ଠାରେ ଓଡିଏସ ଏସ ପି ଯୋଜନାର ତୃତୀୟ ପର୍ଯ୍ୟାୟରେ ୩୩/୧୧ କେ.ଭି. ଦେଉଳପଦର ପାୱାର ସବଷ୍ଟେସନ, ଓଡିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି l ଏହି ପାୱାର ଷ୍ଟେସନ ଦ୍ୱାରା ୪ ଗୋଟି ୧୧ କେଭି. ଫିଡ଼ର ନାରାୟଣପୁର, ଦେଉଳପଦର, ପାଇକବାହାଲ ଓ ଲଛିପୁର ଫିଡ଼ର ଅନ୍ତର୍ଗତ ୧୯ ଟି ଜନବସତି ନାରାୟଣପୁର, ସିଂବାହାଲି, କଦଳିପାଲି, ତିଳେଇମାଲ, ଦେଉଳପଦର, ସାଗରତଲ, ନାଇକେନପାଲି, ପାଇକବାହାଲ, ଡାହିମାଲ, ବ୍ରାହ୍ମଣିପାଲୀ, ରାଜପାଲି, ଖେମେଡ଼ିଆମୁଣ୍ଡା,ଝାଙ୍କରପାଲି, ଲୁହୁରାପାଲି,ସହରାପାଲି, ପିପିଲିପାଲି,ରେଙ୍ଗାଲି,କୁଡାଡେରା ପ୍ରଭୁତିର ପ୍ରାୟ ୪୦୦୦ ବିଭିନ୍ନ ( ଘରୋଇ, ବ୍ୟବସାୟିକ, ଶିଳ୍ପ, ତଥା କୃଷି ଭିତ୍ତିକ ) ଉପଭୋକ୍ତା ଏହି ପାୱାର ସବଷ୍ଟେସନ ଦ୍ୱାରା ନିରନ୍ତର ତଥା ଗୁଣାତ୍ମକ ବିଦ୍ୟୁତସେବା ପାଇପାରିବେ। ଏହି ପାୱାର ସବ ଷ୍ଟେସନ କାର୍ଯ୍ୟକ୍ଷମ ଫଳରେ ଅଂଚଳର ପ୍ରାୟ ୫୫୦ କୃଷି ଉପଭୋକ୍ତା ଏବଂ ଗଭୀର ନଳ କୂପ ପ୍ରକଳ୍ପ ବିଶେଷ ଭାବେ ଉପକୃତ ହୋଇପାରିବେ। ତରଭା ବ୍ଲକ ଦେଉଳପଦର ଠାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ସମ୍ମାନିତ ଅତିଥିଭାବେ ମାନନୀୟା ସାଂସଦ ବଲାଙ୍ଗୀର ଲୋକସଭା ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ, ଜିଲ୍ଲାପାଳ ସୁବର୍ଣପୁର ଶ୍ରୀମତୀ ଅନ୍ୟା ଦାସ , ଆରକ୍ଷୀ ଅଧିକ୍ଷକ ଶ୍ରୀ ରାମପ୍ରସାଦ ସାହୁ , ଟିପିଡବ୍ଲୁ ଓ ଡିଏଲ,ସିଇଓ ଇଂ. ପ୍ରବୀଣ ବର୍ମା ପ୍ରମୁଖ ମଂଚାସୀନ ରହିଥିଲେ। କାର୍ଯ୍ୟକ୍ରମ ଅବସରରେ ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ, ପଞ୍ଚାୟତ ସ୍ତରୀୟ ଜନପ୍ରତିନିଧି, ବିଭିନ୍ନ ଅଧିକାରୀ, ବିଦ୍ୟୁତ ବିଭାଗର ଅଧିକାରୀ, ତଥା ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ।ଏହି ଗ୍ରୀଡ଼ ପାୱାର ଷ୍ଟେସନର ନିର୍ମାଣ କାର୍ଯ୍ୟ ୨୧ ଜାନୁୟାରୀ ୨୦୧୬ ରେ ଆରମ୍ଭ ହୋଇଥିବା ବେଳେ ୭ଅପ୍ରେଲ ୨୦୨୫ ରେ ସମାପନ ହୋଇଥିବା ସୂଚନା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମକୁ ମନୋଜ ପଟ୍ଟନାୟକ ଲୋକ ସମ୍ପର୍କ ବିଭାଗ ମୁଖ୍ୟ ସଂଯୋଜନା କରିଥିବା ବେଳେ ଟିପି ଡବ୍ଲୁଓ ଡି ଏଲ ନିର୍ବାହୀ ଯନ୍ତ୍ରୀ ଇଂ. ଅଶୋକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଦିବସର ବିଭିନ୍ନ କାର୍ଯ୍ୟକ୍ରମରେ ଲୋକ ସମ୍ପର୍କ ଅଧିକାରୀ ଟିପିଡବ୍ଲୁଓଡ଼ିଏଲ ପ୍ରବୀର କୁମାର ଶତପଥି ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.