ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) : ସୁବର୍ଣ୍ଣପୁର ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଡବ୍ଲ୍ୟୁଓଡିଏଲ୍) ଏକ ଅଗ୍ରଣୀ ବିଦ୍ୟୁତ୍ ବିତରଣ କମ୍ପାନୀ ଭାବେ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିବାଦୀୟ ବିଦ୍ୟୁତ୍ ବିଲର ସଂଶୋଧନ ଲାଗି ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆସନ୍ତା ଅଗଷ୍ଟ ମାସ ପାଇଁ ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠ (ଜି ଆର ଏଫ ଶିବିର )ର ଆୟୋଜନ କରୁଅଛି । ଏଣୁ ଏହି ଦୁଇ ଜିଲ୍ଲାର ବିଦ୍ୟୁତ୍ ଉପଭୋକ୍ତାମାନେ ଅନୁଷ୍ଠିତ ନିମ୍ନ ଧାର୍ଯ୍ୟ ତାରିଖ ଅନୁଯାୟୀ ନିଜ ସମ୍ପୃକ୍ତ ଅଞ୍ଚଳରେ ଉପସ୍ଥିତ ରହି ନିଜର ବକେୟା ବିବାଦୀୟ ବିଦ୍ୟୁତ୍ ବିଲକୁ ନେଇ ଅଭିଯୋଗ ପଞ୍ଜିକୃତ ତଥା ତୁରନ୍ତ ସମାଧାନ କରିପାରିବେ। ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଟିପିଡବ୍ଲୁଓଡିଏଲର ବିଭିନ୍ନ ସେକ୍ସନ୍ ଅଫିସଠାରେ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯାଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ସ୍ଥିତ ଟିପିଡବ୍ଲ୍ୟୁଓଡିଏଲର ବୀରମହାରାଜପୁର ଏବଂ ଉଲୁଣ୍ଡା ସେକ୍ସନ ଅଫିସ୍ ଠାରେ ଆସନ୍ତା ଅଗଷ୍ଟ ୧୩ ତାରିଖ ଦିନ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯିବ ।
ଜିଲ୍ଲାର ବିଦ୍ୟୁତ ଉପଭୋକ୍ତା ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମର ଲାଭ ଉଠାଇ ବାକିଥିବା ସମସ୍ତ ବିବାଦୀୟ ବିଦ୍ୟୁତ୍ ବିଲର ସମାଧାନ କରି ନିରବଚ୍ଛିନ୍ନ ତଥା ନିରନ୍ତର ବିଦ୍ୟୁତ୍ ସେବାକୁ ଉପଭୋଗ କରବାକୁ ଟିପିଡବ୍ଲ୍ୟୁଓଡିଏଲ୍, କର୍ପୋରେଟ୍ କାର୍ଯ୍ୟାଳୟ,ବୁର୍ଲା ତରଫରୁ ସୂଚୀତ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post