ଶ୍ରୀରାମ ନବମୀ ଅବସରରେ ବଜରଙ୍ଗ ଦଳର ପତାକା ଶୋଭାଯାତ୍ରା

0 2

ଓଡ଼ଗାଁ, ୬।୪(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ରବିବାର ପବିତ୍ର ଶ୍ରୀରାମ ନବମୀ ଅବସରରେ ସକାଳେ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ ମାନେ ଶ୍ରୀରାମଙ୍କୁ ରଥାରୁଢ଼ କରିବା ସହିତ ନାମ ସଂକୀର୍ତନ କରି ନଗର ପରିକ୍ରମା କରିଥିଲେ । ସେହିପରି ସନ୍ଧ୍ୟାରେ ଓଡ଼ଗାଁ ବଜରଙ୍ଗ ଦଳ ତରଫରୁ ଏକ ବିରାଟ ପତାକା ଶୋଭାଯାତ୍ରା ଦଳକ ଛକରୁ ବାହାରି ସହର ପରିକ୍ରମା କରିବା ସହିତ ଶ୍ରୀରଘୁନାଥ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ସ୍ଥାନୀୟ ବଜରଙ୍ଗ ଦଳ ଯୁବ ସଂଯୋଜକ ସନ୍ତୋଷ କୁମାର ପ୍ରଧାନ, ତପନ ସାମନ୍ତରାୟ ନେତୃତ୍ୱ ନେଇଥିବା ବେଳେ ହଜାରରୁ ଉର୍ଦ୍ଧ ଯୁବକ ହାତରେ ବଜରଙ୍ଗବଲିଙ୍କ ପତାକା ଧରି ଜୟ ଶ୍ରୀରାମ ନାରା ଦେଇଥିଲେ । ପ୍ରାକ୍ତନ କନ୍ଧମାଳ ଏମପି ତଥା ଭାଜପା ବିଧାୟକ ପାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.