ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିର ଉଦଯାପିତ

0 2

ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିରରେ ପ୍ରାୟ ୩୯୪୫ ରୋଗୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା, ଔଷଧ ବଣ୍ଟନ ଏବଂ ପରାମର୍ଶ ଦିଆଯାଇଥିଲା

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ସ୍ଥାନୀୟ ସୁନ୍ଦରଗଡ଼ ସରକାରୀ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲ ଠାରେ ଚାଲିଥିବା ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିର ଉଦଯାପିତ ହୋଇଯାଇଛି।
ଗତକାଲି ଉଦଘାଟିତ ହୋଇଥିବା ଏହି ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିଶିରରେ ଆଜି ୧୯୮୪ ଜଣ ରୋଗୀ ପଞ୍ଜିକରଣ କରିଥିଲେ ଏବଂ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ରୋଗୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକୀୟ ଔଷଧ ମଧ୍ୟ ଦିଆଯାଇଥିଲା ଏବଂ ସ୍ବାସ୍ଥ୍ୟ ପରାମର୍ଶ ମଧ୍ୟ ଦିଆଯାଇଥିଲା।
ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଏବଂ ଅଖିଳ ଭାରତୀୟ ଚିକିତ୍ସା ସଂସ୍ଥାନ ଦିଲ୍ଲୀ (AIIMS, Delhi) ଦ୍ଵାରା ଆୟୋଜିତ ହୋଇଥିବା ଏହି ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିର ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ର ଉପ ସଚିବ ଡ଼ା. ରାଜି ଏନ୍. ଏସ. , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ଡିନ ଡ଼ା (ପ୍ରଫେସର ) ଦଇତାରୀ ରାଉତରାୟ, ଅଖିଳ ଭାରତୀୟ ଚିକିତ୍ସା ସଂସ୍ଥାନର ହେମାଟଲୋଜି ବିଭାଗର ମୁଖ୍ୟ ଡ଼ା. ମନୋରଞ୍ଜନ ମହାପାତ୍ର, ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ଶ୍ରୀ ଧୀରେନ୍ଦ୍ର ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଭାଗିରଥି ପଟେଲ, ଏବଂ ହସ୍ପିଟାଲ ର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ଚିକିତ୍ସ ସଂସ୍ଥାନ ରୁ ଏହି ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିର ରେ ଯୋଗ ଦେଇଥିବା ୧୯ ଜଣ ବିଭିନ୍ନ ବିଭାଗର ବରିଷ୍ଠ ଡ଼ାକ୍ତର ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ବରିଷ୍ଠ ଡାକ୍ତର ମାନେ ନିଜ ନିଜର ଅଭିଜ୍ଞତା ମଧ୍ୟ ବାଣ୍ଟି ଥିଲେ।

Leave A Reply

Your email address will not be published.