ପଣ୍ଡିତ ବିନାୟକ ମିଶ୍ରଙ୍କ ୧୩୩ତମ ଜୟନ୍ତୀ ଓ ଆଲୋଚନାଚକ୍ର

8


ଓଡ଼ଗାଁ, ୧୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳର ବିଶିଷ୍ଟ ସାରସ୍ୱତ ସାଧକ ପଣ୍ଡିତ ବିନାୟକ ମିଶ୍ରଙ୍କ ୧୩୩ତମ ରାଜ୍ୟସ୍ତରୀୟ ଜୟନ୍ତୀ ଓ ଆଲୋଚନାଚକ୍ର ତାଙ୍କ ଜନ୍ମମାଟି ଶରଣକୁଳରେ ସୋମବାର ପବିତ୍ର ଗଣେଶ ପୂଜା ଅବସରରେ ପାଳିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ, ‘ସହଯୋଗ’ ସ୍ୱେଚ୍ଛାସେବୀ ସଂଗଠନ, ଶରଣକୁଳ ପୂଜ୍ୟପୂଜା କମିଟି ଓ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ସଭାଗୃହରେ ଆୟୋଜିତ ଆଲୋଚନାଚକ୍ରରେ ପ୍ରାଧ୍ୟାପକ ଡ. ଗୋବିନ୍ଦ ଚନ୍ଦ୍ର ଦାଶ ମୁଖ୍ୟ ଅତିଥି ଯୋଗଦେଇଥିଲେ। ଡ. ମନୋଜିନୀ ଦଳବେହେରା, ଡ. ପ୍ରିୟମ୍ବଦା ଦାଶ, ପଣ୍ଡିତ ମନୋଜ କୁମାର ମିଶ୍ର, କିଶୋର ଚନ୍ଦ୍ର କର, ଗୋଦାବରୀ ବସନ୍ତିଆ, ପ୍ରଶାନ୍ତ କୁମାର ଦାଶ, ନୀଳମାଧବ ତ୍ରିପାଠୀ ଓ ନଳିନୀ ଦାଶ ପ୍ରମୁଖ ଯୋଗଦେଇ ପଣ୍ଡିତ ବିନାୟକ ମିଶ୍ରଙ୍କ ଜୀବନୀ ଓ ସାରସ୍ୱତ ସାଧନା ଉପରେ ଆଲୋଚନା କରିଥିଲେ। ୧୮୯୪ ମସିହାରେ ଶରଣକୁଳ ମାଳିସାହିରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ବିନାୟକ ମିଶ୍ର ଅସାଧାରଣ ପାଣ୍ଡିତ୍ୟ ବଳରେ କଲିକତା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ହୋଇଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟ ଉପରେ ତାଙ୍କର ଅନେକ ମୂଲ୍ୟବାନ ଗ୍ରନ୍ଥ ରହିଛି। ଏହି ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ବକ୍ତୃତା ଓ କବିତା ପାଠ ପ୍ରତିଯୋଗିତାର କୃତୀଙ୍କୁ ପ୍ରଶଂସାପତ୍ର ଓ ସ୍ମୃତିଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ସ୍ଥାନରୁ ଆସିଥିବା କବିମାନେ ସ୍ୱରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରଶାନ୍ତ ଦାଶ ପରିଚାଳନା କରିଥିବାବେଳେ ଜୟକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.