ସୁବର୍ଣ୍ଣପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ/ୱାକାଥନ

0 1

ପ୍ରାଚୀନ କୀର୍ତ୍ତିରାଜୀ ଓ ଐତିହ୍ୟକୁ ଉଜ୍ଜୀବିତ କରିବା ହେଉଛି ଏହି ଗଣଦୌଡର ଉଦେଶ୍ୟ 

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁରଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲାପ୍ରଶାସନ ଓ କ୍ରୀଡା ଓ ଯୁବ ସେବା ବିଭାଗ ଦ୍ୱାରା ଆଜି ସକାଳ ୬ ଘଟିକା ସମୟରେ ଐତିହ୍ୟ ଗଣଦୌଡ/ୱାକାଥନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଦର ମହକୁମାସ୍ଥିତ ପବିତ୍ର ଐତିହାସିକ ପୀଠ ମାଁ ସୁରେଶ୍ୱରୀଙ୍କ ମନ୍ଦିର ପରିସରରୁ ଏହି ଗଣଦୌଡ଼ ଆରମ୍ଭ ହୋଇ ବଡ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ପତାକା ପ୍ରଦର୍ଶନ ପୂର୍ବକ ଗଣଦୌଡର ଶୁଭାରମ୍ଭ କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ,ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ କର୍ମଚାରୀ, ବିଭିନ୍ନ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା, ସାମ୍ବାଦିକ, ବୁଦ୍ଧିଜୀବୀ, ନାଗରିକ, ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ପ୍ରମୁଖ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ। ଏହି ଗଣ ଦୌଡ଼ ଓଡ଼ିଆ ସଂସ୍କୃତି ପରମ୍ପରା ତଥା ଜିଲ୍ଲାର ପୁରାତନ କିର୍ତ୍ତୀରାଜି, ଐତିହ୍ୟକୁ ରାଜ୍ୟ ତଥା ଜିଲ୍ଲାର ଜନମାନସରେ ଉଦ୍ଭାସିତ କରିବା, ବିଶେଷ ଭାବେ ଯୁବପିଢିଙ୍କ ମନରେ ପ୍ରାଚୀନ କୀର୍ତ୍ତିରାଜୀ ଓ ଐତିହ୍ୟକୁ ଉଜ୍ଜୀବିତ କରିବା ହେଉଛି ଏହି ଗଣଦୌଡର ଉଦେଶ୍ୟ ବୋଲି ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ । ସେ ଏହି ଅବସରରେ ସମସ୍ତଙ୍କୁ ସ୍ୱାଗତ, ଅଭିନନ୍ଦନ ଜଣାଇ ଓଡ଼ିଆ ପକ୍ଷ ପାଳନରେ ସକ୍ରିୟ ଯୋଗଦାନ ସହ ସଫଳ କରିବାକୁ ଆହ୍ୱାନ କରିଛନ୍ତି।

Leave A Reply

Your email address will not be published.