ବଳଭଭଦ୍ରପୁର ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଓ ଶିଶୁ ବାଟିକା କାର୍ଯ୍ୟକ୍ରମ ।

0 2

ଅସ୍ତରଙ୍ଗ/ଦୁଃଶାସନ ନାୟକ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ବଳଭଦ୍ରପୁର ୟୁ ଜି ୟୁ ପି,ବିଦ୍ୟାଳୟ ରେ ଶୁକ୍ରବାର ଦିନ ବାର୍ଷିକ ଉତ୍ସବ ଓ ଶିଶୁ ବାଟିକା କାର୍ଯକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇ ଜାଇ ଅଛି । ଅସ୍ତରଙ୍ଗ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଶ୍ରୀକାନ୍ତ କୁମାର ସ୍ବାଇଁ ଏହି କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜୋଳନ କରି ଉଦ୍ଘାଟନ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଅମରେଶ୍ୱର୍ କାଣ୍ଡୀ ଅତିଥି ପରିଚୟ ଦେବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିଲା । ଅତିଥି ଭାବେ,ଅସ୍ତରଙ୍ଗ ବ୍ଲକ ସିକ୍ଷାଧିକାରୀ ଶ୍ରୀଯୁକ୍ତ ସ୍ବାଇଁ, ଉପ ଶିକ୍ଷାଧିକାରୀ ସୁଧାଂଶୁ ବାଲା ଶତପଥୀ, କ୍ଲଷ୍ଟର କୋଡିନେଟର ଯଶୋବନ୍ତ ବେହେରା, ବରିଷ୍ଟ ସାମ୍ବାଦିକ ଦୁଃଶାସନ ନାୟକ,ସରପଞ୍ଚ କ୍ଷୀରୋଦ କାଣ୍ଡି,ଶିକ୍ଷକ ସଂଘ ପକ୍ଷରୁ ମଙ୍ଗୁଳି କଣ୍ଡୀ,ଶିକ୍ଷାବିତ୍ ପ୍ରସନ୍ନ କୁମାର ପାଳ, ଗୁଣନିଧି ପଟ୍ଟନାୟକ,ପ୍ରମୁଖ ଅତିଥି ଭାବେ ଯୋଗ ଦାନ କରି ଶିକ୍ଷା ,ଶିକ୍ଷକ ଓ ଛାତ୍ର ଛାତ୍ରୀ ଙ୍କ ଉପରେ ବିଭିର୍ଣ୍ଣ ଟିପଣୀ ଦେବା ସହ,ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା ର ଏକ ପ୍ରକୃଷ୍ଠ ଅନୁଷ୍ଠାନ ବୋଲି ମତବ୍ୟକ୍ତ କରିବା ସହ ପାଠ ପଢା,ଓ ବିଦ୍ୟାଳୟ ର ପରି ଚାଳନା ସହ ପରିବେଶ ଉପରେ ଗୁରୁ୍ତାରୋପ କରିଥିଲେ । ବିଦ୍ୟାଳୟ ତରଫରୁ ଆୟୋଜିତ ହୋଇଥିବା ଖେଳ, କୁଦ ସହ,ବିଭିନ୍ନ ପ୍ରତି ଯୋଗିତାରେ କୃତିତ୍ୟୋ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର, ସିଲ ,ଖାତା ୱାର୍ଡ ବୁକ୍ ଆଦି ଦିଆ ଜାଇ ପୁରସ୍କୃତ କରା ଜାଇ ଥିଲା । ଏହିସବୁ କାର୍ଯ୍ୟକ୍ରମ କୁ ଶିକ୍ଷକ ବିଦୁଲତା ମହାନ୍ତି , ରମାକାନ୍ତ ମହାପାତ୍ର,ନିରୁପମା ବିଶ୍ଵାଳ,କ୍ଷୀରୋଦ ଦାସ, ଜାନକୀ ସମାର୍ଡ,ପ୍ରମୁଖ ପରିଚାଳନା। କରିଥିଲେ ।
ଅପର ପକ୍ଷରେ ଛୁରିଆନା ର ତିନିଗ୍ରାମ୍ ଉ ପ୍ରା ବିଦ୍ୟାଳୟ ରେ ଏକ କାର୍ଯ୍ୟକ୍ରମ ସ୍କୁଲ ର ପ୍ରଧାନ ଶିକ୍ଷକ ଅକ୍ଷୟ ପରିଡ଼ା ଓ ଶିକ୍ଷାବିତ୍ କାହ୍ନୁ ଚରଣ ବିଶ୍ଵାଳ ଙ୍କ ଉପ ସ୍ଥିତିରେ ଅନୁଷ୍ଠିତ ହୋଇ ଜାଇ ଅଛି ।

Leave A Reply

Your email address will not be published.