ଓଡ଼ଗାଁ, ୫।୪ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳ ବାବା ଲଡୁବାବାଙ୍କ ପୀଠରେ ଶନିବାର ଅଶୋକାଷ୍ଟମୀ ଯାତ୍ରା ପାଳିତ ହୋଇଯାଇଛି । ଶୁକ୍ରବାର ରାତିରେ ମନ୍ଦିର ସମ୍ମୁଖରେ ରୁକୁଣା ରଥକୁ ମନ୍ଦିର ପ୍ରଶାସନ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ବେଳେ ଶନିବାର ସକାଳେ ଠାକୁରଙ୍କ ପହୁଡ଼ ଭଙ୍ଗାଯାଇ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା । ପରେ ବଲ୍ଲଭ ନୀତି, ଶଙ୍ଖୁଡ଼ି ଭୋଗ, ପୁଡା ଭୋଗ ଓ ଖୀରାଭିଷେକ ସମାପନ ପରେ ଲଡୁବାବାଙ୍କ ବିଜେ ପ୍ରତିମା ଚନ୍ଦ୍ରଶେଖର ମହାପ୍ରଭୁଙ୍କୁ ରୁକୁଣା ରଥରେ ବିଜେ କରାଯାଇଥିଲା ।ପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହିତ ବନ୍ଦାପନା କରାଯାଇ ଶାଢ଼ୀ ବାହାରି ଥିଲା l ଏହି ସମୟରେ ଵହୁ ମାନସିକ ଧାରି ଠାକୁରଙ୍କ କୃପା ଭିକ୍ଷା କରିଥିଲେ l ଅପରାହ୍ନରେ ରଥରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ସହିତ ମହା ଆଳତୀ କରାଯାଇଥିଲା । ମନ୍ଦିର ପରିଚାଳକ ସୁବାସ ଚନ୍ଦ୍ର ବରାଡ ଏବଂ ସ୍ଥାନୀୟ ପୁଲିସ ଅଧିକାରୀଙ୍କ ତତ୍ବାବଧାନରେ ଅପରାହ୍ନରେ ଭକ୍ତ ମାନଙ୍କ ଦ୍ଵାରା ମହା ଆନନ୍ଦରେ ରଥକୁ ଟାଣି ନେଇ ନରେନ୍ଦ୍ରପୁର ରଙ୍କନାଥଙ୍କ ମନ୍ଦିର ଠାରେ ପହଁଚି ଥିଲେ । ପରେ ବଡପଣ୍ଡା ମାନେ ଠାକୁରଙ୍କୁ ମନ୍ଦିରକୁ ବିଜେ କରାଇଥିଲେ l ମନ୍ଦିର ପରିଛା ତୋଷବନ୍ତ କର, ବଡ଼ପଣ୍ଡା ସୁନିଲ କୁମାର ବଡ଼ପଣ୍ଡା, ପ୍ରଫୁଲ ବଡ଼ପଣ୍ଡା, ସେବାୟତ ସଞ୍ଜୟ ମହାପାତ୍ର, ରମେଶ ଚନ୍ଦ୍ର ମହାପତ୍ର, କଲ୍ୟାଣୀ ପ୍ରତିହାରୀ, ରବିନ୍ଦ୍ର ଗାଆଣଙ୍କ ସମେତ ସେବାୟତ ମାନେ ପୂଜାର୍ଚ୍ଚନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।ସେହିପରି ମନ୍ଦିର ଉତ୍ତର ପାର୍ଶ୍ୱରେ ପୂଜା ପାଉଥିବା ବଜରଙ୍ଗବାଲୀଙ୍କ ମନ୍ଦିର ଠାରେ ବଜରଙ୍ଗବାଲୀ ଯାତ୍ରା କମିଟି ପକ୍ଷରୁ ଅଶୋକାଷ୍ଟମୀ ଯାତ୍ରା ପାଳିତ ହୋଇଥିଲା । ସକାଳେ ଠାକୁର ଙ୍କର ପୂଜାର୍ଚନା ଓ ଘୃତାହୁତି କରାଯାଇଥିଲା । ଅପରାହ୍ନରୁ ରାତ୍ର ଦଶଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରହିଥିଲା । କମିଟି ର ସମସ୍ତ ସଦସ୍ୟ ମାନଙ୍କ ସହଯୋଗରେ ଶୃଙ୍ଖଳିତ ଭାବରେ ଯାତ୍ରା ସମ୍ମାପନ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.