କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ଵାରା ଲାଞ୍ଜିଗଡ ପଞ୍ଚାୟତ ଗ୍ରାମୀଣ ହାଟର ଶୁଭ ଉଦଘାଟନ

0 2

ପଞ୍ଚାୟତକୁ ହସ୍ତାନ୍ତର ହେଲା ୩୬ଟି ଦୋକାନ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକର ଲାଞ୍ଜିଗଡ଼ ଠାରେ ଥିବା ଲାଞ୍ଜିଗଡ଼ ପଞ୍ଚାୟତ ଗ୍ରାମୀଣ ସାପ୍ତାହିକ ହାଟର ଆଜି ଶୁଭ ଉଦଘାଟନ କରିଛନ୍ତି।ବେଦାନ୍ତ ଆଲୁମିନିୟମ ଓ ନାବାଡ଼ ମିଳିତ ସହଯୋଗରେ ୮୦ ଲକ୍ଷ ୯୦ ହଜାର ଯୋଗାଇ ଦିଆଯାଇଛି।ମହାଶକ୍ତି ଫାଉଣ୍ଡେସନ ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା।ଆଜି ଏହାର ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ପାଳ ସଚିନ ପାୱାର ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ ନାବାଡ଼ ଡିଜିଏମ ମହେଶ୍ବର ଦାସ, ଲାଞ୍ଜିଗଡ଼ ବେଦାନ୍ତ ସିଇଓ ପ୍ରଣବ ଭଟ୍ଟାଚାର୍ଯ୍ୟ,ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା କମାଳା ପାତ୍ର, ଲାଞ୍ଜିଗଡ଼ ସରପଞ୍ଚ ସରସ୍ୱତୀ ମୁଣ୍ଡା, ମହାଶକ୍ତି ଫାଉଣ୍ଡେସନ ଏମଡି ଯୁଗଳ କିଶୋର ପଟ୍ଟନାୟକ, ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେଶନିଆ, ଲାଞ୍ଜିଗଡ଼ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାହେନ୍ଦ୍ର ପ୍ରତାପ ସିଂହଦେଓ,ଲାଞ୍ଜିଗଡ଼ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେଶନିଆ, ସିଏସଆର ମୁଖ୍ୟ ଶିଶିର ତରଫଦାର ପ୍ରମୁଖ ଯୋଗ ଦେଇଥିଲେ।ଲାଞ୍ଜିଗଡ଼ ପଞ୍ଚାୟତର ନିଜସ୍ଵ ୨.୫ ଏକର ପରିମିତ ଅଞ୍ଚଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ଦୈନିକ ବଜାର ପାଇଁ ବିଦ୍ୟୁତ୍ ଓ ଆଳୋକ ବ୍ୟବସ୍ଥା ସୁବିଧା ସହିତ ୩୬ଟି ଦୋକାନଘରକୁ ଲାଞ୍ଜିଗଡ଼ ପଞ୍ଚାୟତକୁ ଆଜି ହସ୍ତାନ୍ତର କରାଯାଇଛି।ଏହି ହାଟ ଜରିଆରେ ସ୍ଥାନୀୟ କୃଷକମାନଙ୍କୁ ଉନ୍ନ‌ତ ବଜାର ସୁବିଧା ଯୋଗାଇ ଦିଆଯାଇଛି। ଏଠାରେ ଚାଷୀମାନେ ନିଜର ଉତ୍ପାଦିତ କୃଷିଜାତ ସାମଗ୍ରୀକୁ ସିଧାସଳଖ ଭାବେ ଗ୍ରାହକଙ୍କୁ ବିକ୍ରି କରିପାରିବେ।ଏଠାରେ କେବଳ କ୍ଷୁଦ୍ର ଓ ନାମମାତ୍ର ଚାଷୀ ନୁହନ୍ତି, ମହିଳା ସ୍ଵୟଂ ସହାୟକ ଗୋଷ୍ଠିଗୁଡିକ ମଧ୍ଯ ସେମାନଙ୍କର ସାମଗ୍ରୀ ବିକ୍ରିର ସୁଯୋଗ ରହିଛି ।ହାଟର ଦୈନଦିନ କାର୍ଯ୍ୟ ପରିଚାଳନା ପାଇଁ ହାଟ ପରିଚାଳନା କମିଟି ଗଠନ ସହିତ ହାଟ ପରିସରରୁ ବାହାରୁଥିବା ବର୍ଜ୍ୟର ଯେଭଳି ଠିକଣା ପରିଚାଳନା ହାଇପାରିବ ତାହା ଉପରେ ଗୁରୁତ୍ଵ ଦିଆଯାଇଛି।ଏହି କାର୍ଯ୍ୟକ୍ରମ ଟିକୁ ଶ୍ରୀମୁଖ ଅଗସ୍ତି ପରିଚାଳନା କରିଥିବାବେଳେ ଲାଞ୍ଜିଗଡ଼ ଯୁବକ ସଂଘ, ବିଭିନ୍ନ ଅନୁଷ୍ଠାନ,ସ୍ୱୟଂ ସହାୟକ ଗୋଷ୍ଠୀ,ବ୍ୟବସାୟୀ,ବୁଦ୍ଧିଜୀବୀ ଓ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ।

Leave A Reply

Your email address will not be published.