ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ସରକାରୀ ଆଶ୍ରମ ବିଦ୍ୟାଳୟ ମହିପୁର ଠାରେ ବାର୍ଷିକ ଉତ୍ସବ

0 1

ଗୁଡ଼ଭେଲା : ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ସରକାରୀ ଆଶ୍ରମ ବିଦ୍ୟାଳୟ ମହିପୁର ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ତୁଷୁରା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭକ୍ତ ଚରଣ ଦାସ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବରେ ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ ଦାଶ, ସମ୍ମାନୀତ ଅତିଥି ଭାବରେ ସ୍ଥାନୀୟ ସିଆରସିସି ଜଗମୋହନ ତ୍ରିପାଠୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିନୋଦ ଭୋଇ, ବଶିଷ୍ଠ ଶିକ୍ଷୟତ୍ରୀ ନିଲୀମା ସାହୁ ଯୋଗଦେଇ ମଞ୍ଚାସିନ ଥିଲେ । ବିଦ୍ୟାଳୟରେ ଶିକ୍ଷା ସହିତ କ୍ରୀଡ଼ା ଓ ସଂସ୍କୃତି ପ୍ରତି ସଚେତନ ଜରୁରୀ ଏହା ଉପସ୍ଥିତ ଅତିଥିଙ୍କ ବକ୍ତବ୍ୟରେ ପରିପ୍ରକାଶ ହେଉଥିଲା। ମୁଖ୍ୟବକ୍ତା ତଥା ବିଶିଷ୍ଟ କବି ତାଙ୍କ ବକ୍ତବ୍ୟକୁ କବିତା ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାକୁ ଅତି ସୁନ୍ଦର୍ ଭାବରେ ଶୁଣାଇଥିଲେ। ବିଦ୍ୟାଳୟରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତୀ ପ୍ରତିଯୋଗୀଙ୍କୁ ଅତିଥି ଗଣ ମାନପତ୍ର ସହ ମେଡାଲ ପ୍ରଦାନ କରି ପ୍ରଶଂସା କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ମଧ୍ୟ ଉତ୍ତରୀୟ ସହ ସମ୍ବର୍ଦ୍ଧନା ପ୍ରଦାନ କରଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ପୁରନ୍ ମେହେର ପରିଚାଳନା କରିଥିଲେ । ସହକାରୀ ଶିକ୍ଷୟତ୍ରୀ ଅନସୂୟା ପାତ୍ର ଧନ୍ୟବାଦ୍ ଜ୍ଞାପନ କରିଥିବା ବେଳେ ସହକାରୀ ଶିକ୍ଷୟତ୍ରୀ ସ୍ୱରୂପା ପାଢୀ ସହଯୋଗ କରିଥିଲେ। ପରିଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.