ବଳିଢ଼ିପା ଜଙ୍ଗଲରେ ଯୁବତୀର ଝୁଲନ୍ତା ଗଳିତ ଶବ ଉଦ୍ଧାର- ହତ୍ୟା ସନ୍ଦେହ

0

ଝାରବନ୍ଧରୁ ସଦାନନ୍ଦ ବେହେରା:- ବରଗଡ଼ ଜିଲ୍ଲା ଝାରବନ୍ଧ ପୋଲିସ ଗୋଟିଏ ଯୁବତୀର ଗଳିତ ଶବ ଉଦ୍ଧାର କରିଛି। ପୋଲିସ ସୂଚନା ଅନୁସାରେ ଝାରବନ୍ଧ ନିକଟରେ ବଳିଢ଼ିପା ଜଙ୍ଗଲରେ ଗୋଟିଏ ଯୁବତୀର ଶବ ଝୁଲୁଥିବା କିଛି ପ୍ରତ୍ୟକ୍ଷଦର୍ଶୀ ପୋଲିସକୁ ସୂଚନା ଦେଇଥିଲେ। ଗତ ନଭେମ୍ବର ରୁ ଲେର୍ଗା ବାସୁଦେବ ସାହୁଙ୍କ ଝିଅ ତୁଫାନି ସାହୁ19  ନିଖୋଜ  ଥିବା ଝାରବନ୍ଧ ଥାନା ରେ ଅଭିଯୋଗ  ହୋଇଥିଲା ।  ଅଭିଯୋଗ କୁ ଭିତ୍ତି କରି  ଶବ ଚିହ୍ନଟ ପାଇଁ ପୋଲିସ ସୂଚନା ଦେଇଥିଲେ।ଘଟଣା ସ୍ଥଳ କୁ ଝିଅ ର ଭାଇ ଦେବ ହର ସାହୁ ପହଞ୍ଚି ତାର ଭଉଣୀ ବଳି ଚିହ୍ନଟ କରିଥିଲେ, ହେଲେ ଏହାର ପରିପାର୍ଶ୍ଵିକ  ସ୍ଥିତି କୁ ଅନୁମାନ କଲେ, ଏହା ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ସନ୍ଦେହ ହେଉଛି, ଶବ ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ଓ ତା ହାତକୁ କପଡା ରେ ବାନ୍ଧି ଦିଆ ଯାଇଛି ଓ ଗଛ ତଳେ ପୁରୁଷ ଙ୍କ ପ୍ୟାଣ୍ଟ ଶାର୍ଟ ମିଳିଛି, ପୋଲିସ ମଧ୍ୟ ଏହାକୁ ସନ୍ଦେହ ଘେରକୁ ନେଉଛି, ତଦନ୍ତ କରୁଥିବା ପୋଲିସ ଏ,ଆଇ କୁନୁ ସାହୁ ଘଟଣାକୁ ଗମ୍ଭୀରତା ସହିତ ନେଇ ତଦନ୍ତ ଜାରି ରଖିଛନ୍ତି। ଅଞ୍ଚଳବାସୀ ଏହାର ନିରପେକ୍ଷ ତଦନ୍ତ ପାଇଁ ମଧ୍ୟ ଦାବୀ କରୁଛନ୍ତି।

Leave A Reply

Your email address will not be published.