ଡମ୍ବସରା ଯୁକ୍ତ ୨ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ  ଶିବିର

0

ଗୁଣପୁର ରୁ ସିଦ୍ଧାର୍ଥ ଦାଶ:  ଆଜି ଓଡିଶା ସରକାର ଓ ଗଣ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଆତ୍ମସୁରକ୍ଷା ଶିବିର ସ୍ଥାନୀୟ ଡମ୍ବସରା ଯୁକ୍ତ ୨ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ନାହାକଙ୍କ ତତ୍ଵାବଧାନରେ ଉଦଘାଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ରହିଥିଲେ । ଡ଼ଃ ପ୍ରଶାନ୍ତ ହୋତା ଆତ୍ମ ସୁରକ୍ଷା ପାଇଁ ଆତ୍ମ ଶୃଂଖଳା ର ଆଵଶ୍ୟକତା ରହିଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ। 

ଅଧ୍ୟାପକ ଶେଷଶାୟୀ ସେନାପତି ଶାରୀରିକ ତାଲିମ ସହ ମାନସିକ ତାଲିମ ମଧ୍ୟ ଆବଶ୍ୟକ ବୋଲି ମତ ରଖିଥିଲେ। କ୍ରୀଡା ଶିକ୍ଷକ ଭାସ୍କର ସାମନ୍ତରା ଅତୀତରୁ ବର୍ତମାନ ଯାଏଁ ନାରୀର ଭୂମିକା ଉପରେ ଗୁରୁତ୍ବ ଦେଇଥିଲେ।  ଏଥିରେ ମୁଖ୍ୟ ତାଲିମ ଦାତ୍ରୀ ରୂପେ ବିମଳା ଜେନା  ଉପସ୍ଥିତ ରହି ସମସ୍ତ ଛାତ୍ରୀଙ୍କୁ ତାଲିମ ଆରମ୍ଭ କରିଥିଲେ । ଶ୍ରୀ ନିଖିଲେଶ ଜେନା ଆତ୍ମସୁରକ୍ଷା ଉପରେ ଆଲୋକପାତ କରିଥିଲେ। ପରିଶେଷରେ ଶ୍ରୀ ସନ୍ତୋଷ ହୋତା ଆସନ୍ତା ୧୯ ତାରିଖ ଯାଏ ଏହି ତାଲିମ ଜାରି ରହିବାର ସ୍ଵଚନା ପ୍ରଦାନ ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ।

 

Leave A Reply

Your email address will not be published.