ଝାରବନ୍ଧ ଡିଗ୍ରୀ କଲେଜର ବାର୍ଷିକ କ୍ରୀଡ଼ା ଉତ୍ସବ

0

ଝାରବନ୍ଧ ରୁ ସଦାନନ୍ଦ ବେହେରା:- ଝାରବନ୍ଧ ଡ଼ିଗ୍ରୀ କଲେଜର ବାର୍ଷିକ କ୍ରୀଡ଼ା ଉତ୍ସଵ ଉଦଯାପିତ ହୋଇ ଯାଇଛି। ଏହି ଅବସ ରେ ବାଳିକା ଓ ବାଳକ ବିଭାଗ ର ବିଭିନ୍ନ କ୍ରୀଡ଼ା ସହିତ ଫ୍ୟାନସି ଡ୍ରେସ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ମଶାଲ ସ୍ଥାପନ ପରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳନ କରାଯାଇଥିଲା। ଜୟନ୍ତୀ ପରେ କ୍ରୀଡ଼ା ପ୍ରତିଯୋଗିତା ପ୍ରାରମ୍ଭ କରା ଯାଇଥିଲା। ଅଵସର ପ୍ରାପ୍ତ ଖେଳ ଶିକ୍ଷକ ଶ୍ରୀ ଲଷ୍ମଣ ବରିହା, ଛତ୍ରପାଳ ଗିରି, ଖେଳ ପରିଚାଳନ କରିଥିବା ବେଳେ ଗଗନ ବିହରୀ ଡ଼ନସନା , ନବୀନ ମେହେର,ଯାଜ୍ଞସେନି ନାୟକ, ରଶ୍ମି ମହାଳିଙ୍ଗ, ମମତାମଇ ଗୁରୁ, ଅଂଜନ ବରିହା, ବଂଶୀଧର,ଅଶୋକ ହାତୀ, ପ୍ରକାଶ ପ୍ରଧାନ, ରୁକ୍ମନୀ ସାହୁ ପ୍ରମୁଖ ସହଯୋଗ କରିଥିଲେ। କଲେଜ ଅଧ୍ୟକ୍ଷ ଶ୍ରୀ ଶ୍ୟାମ ସୁନ୍ଦର ବେହେରା ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବରେ ଜୁନିୟର କଲେଜ ଅଧ୍ୟକ୍ଷ ଶ୍ରୀ ସାନନ୍ଦ କୁମାର ସାହୁ ଯୋଗଦାନ କରି କ୍ରୀଡ଼ା ର ଶେଷ ପର୍ଯ୍ୟାୟରେ ପତାକା ଅବତରଣ ଓ ମଶାଲ ଉଦଯାପିତ କରିଥିଲେ। ନକୁଳ ସାହୁ, ଦେବେନ୍ଦ୍ର ସାହୁ, ଜହନ କୁମ୍ଭାର , ଶିବ ପ୍ରସାଦ ପଟେଲ, ପ୍ରଦୀପ ପ୍ରଧାନ ପ୍ରମୁଖ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

Leave A Reply

Your email address will not be published.