ସପ୍ତମ ଓଡଗାଁ ମହୋତ୍ସବର ତୃତୀୟ ସନ୍ଧ୍ୟା : ଚିତାକର୍ଷକ ଦଳଗତ ନୃତ୍ୟାଭିନୟରେ ଦର୍ଶକ ବିଭୋର

0

ଓଡ଼ଗାଁ  : ଓଡଗାଁ ମହୋତ୍ସବର ଆଜି ଥିଲା ତୃତୀୟ ସନ୍ଧ୍ୟା । ସ୍ଥାନୀୟ ଅଂଚଳର ବିଭିନ୍ନ ବିଦ୍ୟାଳୟ ଓ ଅନୁଷ୍ଠାନରୁ ଆସିଥିବା୧୨ଟି ଦଳର କଳାକାରମାନଙ୍କର କଳାଅଭିନୟରେ ଦର୍ଶକ ହୋଇଥିଲେ ମନ୍ତ୍ରମୁଗ୍ଧ । ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ  ସମସ୍ତ ଦଳଗତ ନୃତ୍ୟାଭିନୟ ଚିତାକର୍ଷକ ହୋଇଥିବା ବେଳେ ସେମାନଙ୍କୁ ଉତ୍ସାହିତ କରିବାପାଇଁ ମହୋତ୍ସବ କମିଟି  ଦ୍ୱାରା ସ୍ଥିରୀକୃତ  ବିଚାରକମାନଙ୍କ  ନିଷ୍ପତ୍ତି ଅନୁସାରେ ରୟାଲ ଡ୍ୟାନ୍ସ ଏକାଡେମୀ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିବା ବେଳେ ରଘୁନାଥ ନୃତ୍ୟାୟନ ପ୍ରଥମ, ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ଦ୍ୱିତୀୟ ଏବଂ ସତ୍ୟମ ପବ୍ଲିକ୍ ସ୍କୁଲର ଦଳଗତ ନୃତ୍ୟ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ପାଇବା ସହିତ ଉଦଯାପନୀ ଉତ୍ସବରେ ଅଂଶଗ୍ରହଣ  କରିବା ପାଇଁ ମନୋନୀତ ହୋଇଥିଲେ । ବାଣପୁର ସୋରଣରୁ  ଆସିଥିବା ବାଳିକା ଦଳ ଦ୍ୱାରା ପାଇକ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ଚକିତ କରିଦେଇଥିଲା । ଆଜି ସାନ୍ଧ୍ୟାରେ ଓଡଗାଁ ଲାଫିଙ୍ଗ କ୍ଲବର ସମ୍ପାଦକ ତଥା ଅବସର ପ୍ରାପ୍ତ ଶିକ୍ଷକ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଥିବା ସଭାରେ  ନୟାଗଡ ଏସ୍ପି  ଶଶୀଭୁଷଣ ଶତପଥି ମୁଖ୍ୟ ଅତିଥି, ତହସିଲଦାର ପ୍ରମୋଦ କୁମାର ନାୟକ, ବିଡିଓ ମନୋଜ କୁମାର ପାତ୍ର ସମ୍ମାନୀତ ଅତିଥି ରୁପେ ଏବଂ ବରିଷ୍ଠ  ନାଗରିକ ଚନ୍ଦ୍ରମଣୀ ମହାନ୍ତି ସମ୍ବର୍ଦ୍ଧିତ ଅତିଥି ଭାବେ ଯୋଗଦେଇଥିଲେ । ମହୋତ୍ସବ କମିଟି ସମ୍ପାଦକ ଲୋକନାଥ ସାହୁ ମଧ୍ୟ ମଂଚାସୀନ ଥିଲେ । ସହ ସମ୍ପାଦକ ପ୍ରଫୁଲ୍ଲ ଡାକୁଆ, ବିଭୁପ୍ରସାଦ ସାହୁ, ରଞ୍ଜନ କୁମାର ଦାଶ, ପଂଚାନନ ପଣ୍ଡା, ଭାବଗ୍ରାହୀ ମହାପାତ୍ର ପ୍ରମୁଖଙ୍କ ଦ୍ୱାରା ତୃତୀୟ ସନ୍ଧ୍ୟାର ମଂଚପରିଚାଳନା ହୋଇଥିଲା । ଉଦଯାପନୀ ସନ୍ଧ୍ୟାରେ ମେଲୋଡି ଗିତ ମିଲନ ମୁଖ୍ୟ ଆକର୍ଷଣ ଅଭିଜିତ୍ ମଜୁମଦାର  । 

Leave A Reply

Your email address will not be published.