୧୯ତମ କାରଗିଲ ସହିଦ କ୍ରିକେଟ ଟୁର୍ଣ୍ଣାମେଂଟ ଶୁଭ ଉଦଘାଟିତ ।

0

ଝାରବନ୍ଧ(ଜଗଦଲପୁର)/ହେମସାଗର ସାହୁ– ପଦ୍ମପୁର ଉପଖଣ୍ଡ ଜଗଦଲପୁର ଗ୍ରାମପଞ୍ଚାୟତ ବଡ଼କୁଞ୍ଜାରୀ ଗ୍ରାମ ଆନୁକୂଲ୍ୟରେ ୧୯ତମ କାରଗିଲ ସହିଦ କ୍ରିକେଟ ଟୁର୍ଣ୍ଣାମେଂଟ ଶୁଭ ଉଦଘାଟିତ ହୋଇଯାଇଛି ।ଉକ୍ତ ଟୁର୍ଣ୍ଣାମେଣ୍ଟରେ ଚନ୍ଦ୍ରଶେଖେର ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀଯୁକ୍ତ ଉପେନ୍ଦ୍ର ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ  ଶୁଭ ଉଦଘାଟିତ କରିଥିଲେ ଏବଂ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଶୁକ୍ଲିପାହାଡ଼ ଟସ ଜିତି ଫିଲଡିଂ ପାଇଁ ନିର୍ଣ୍ଣୟ ନେଇଥିଲା ଉକ୍ତ ମ୍ୟାଚରେ ସାନ଼କୁଞ୍ଜାରୀ ଦଳ ୪ ରନ ରେ ବିଜୟ ଲାଭ କରିଛି।ଦ୍ୱିତୀୟ ମ୍ୟାଚ ଗିଧାମୁଡ଼ା ଓ ଚାରପଲି ମଧ୍ୟରେ ହୋଇଥିଲା,ଗିଧାମୁଡ଼ା ଟସ ଜିତି ବ୍ୟାଟିଂ କରିବାକୁ ନିର୍ଣ୍ଣୟ ନେଇଥିଲା । ଉକ୍ତ ମ୍ୟାଚ ରେ ଗିଧାମୁଡ଼ା ଦଲ ୩୭ ରନ ରେ ବିଜୟ ଲାଭ କରିଛି । ଶ୍ରୀ ଭେଙ୍କଟ ପଟେଲ,ଶ୍ରୀ ଜଗନ୍ନାଥ ପଟେଲ,ଶ୍ରୀଭୂଷଣ ପଟେଲ,ଶ୍ରୀ ଅମୀୟ ପୋଢ଼ ଏବଂ ଶ୍ରୀ ଲକ୍ଷ୍ୟପତି ଖର୍ସେଲ ଖେଳ ପରିଚାଳନା କରିଥିଲେ।ସ୍କୋରର-ଶ୍ରୀଯୁକ୍ତ ରଂଜନ ପଟେଲ ଏବଂ ଶ୍ରୀ ସଂଜୀବ ନନ୍ଦ ସ୍କୋରର ଦାୟିତ୍ୱ ତୁଲାଇ ଥିବା ବେଳେ ଶ୍ରୀ ସୁକାନ୍ତ ନନ୍ଦ ଏବଂ ଶ୍ରୀ ଭୂଷଣ ପଟେଲ ଧାରାବିବରଣୀ ପ୍ରଦାନ କରିଥିଲେ ।

Leave A Reply

Your email address will not be published.