ଜଗନ୍ନାଥ ଫୁଟ୍ବଲ କ୍ଲବ ପକ୍ଷରୁ ଆୟୋଜିତ ଫୁଟ୍ବଲ ପ୍ରତିଯୋଗିତା ଉଦଘାଟିତ  ।

0

 ପଦ୍ମପୁର/ନିଳ ଦୀପ- ପଦ୍ମପୁର ଉପଖଣ୍ଡସ୍ଥ ପଲସାପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ଘନାମାଳ ଗ୍ରାମରେ ଜଗନ୍ନାଥ ଫୁଟ୍ବଲ  କ୍ଲବ ପକ୍ଷରୁ ଆୟୋଜିତ ଫୁଟ୍ବଲ  ପ୍ରତିଯୋଗିତା ଶୁଭ ଉଦଘାଟିତ ହୋଇଯାଇଛି  ।ଉଦଘାଟନୀ ଉତ୍ସବରେ ଯୁବନେତା ରାଜୁ ଘିବେଲା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଲି ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଖେଳ ଖେଳିବା ଦ୍ୱାରା ଶରୀର ସୁସ୍ଥ ଓ ନିରୋଗ ରହିଥାଏ ବୋଲି ନିଜ ମନ୍ତବ୍ୟରେ ପ୍ରକାଶ କରିଥିଲେ ।ଅନ୍ୟତମ ଅତିଥି ଝସକେତନ ମେହେର,ସନ୍ତୋଷ ଗଡତିଆ ଓ ନବୀନ ସେଠ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ  ।ଏହି ପ୍ରତିଯୋଗିତାରେ ୧୯ ଗୋଟି ଦଳ ଅଂଶଗ୍ରହଣ କରିଛନ୍ତି ।ଉଦଘାଟନୀ ମ୍ୟାଚ ଘନାମାଳ ଓ ବରିହାପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ସତାସେନ,ରାମକୃଷ୍ଣ ଓ ରାଧାକୃଷ୍ଣ ଖେଳ ପରିଚାଳନା କରିଥିଲେ  ।ଅତୁଳ ବିଶ୍ୱାଲ ଓ ଅରୁଣ ପ୍ରଧାନ ପରିଚାଲନାରେ ସହଯୋଗ କରିଥିଲେ  ।

Leave A Reply

Your email address will not be published.