ଥାନା ଅଧିକାରୀ ଗୁଣପୁର ବାର୍ କାଉନସିଲ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ  

0

ଗୁଣପୁରରୁ ସିଦ୍ଧାର୍ଥ ଦାଶ :  ଅବିଭକ୍ତ କୋରାପୁଟ ଜିଲ୍ଲା ଠାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗୁଣପୁର ଓକିଲ ସଂଘ ପକ୍ଷରୁ ଗତ ତା ୧୮ /୧୨/୨୦୧୮ ରିଖ ଦିନ ଗୁଣପୁର ବନ୍ଦ ଡାକରା ଦିଆଯାଇଥିଲା ।  

ଏହି ଡାକରା ଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇ ଗୁଣପୁର ସହର ବାସୀ , ବ୍ୟବସାୟୀ ପ୍ରତିଷ୍ଠାନ , ବସ୍ , ଟ୍ରକ , ଅଟୋ କର୍ମଚାରୀ ଏବଂ ଛାତ୍ର ସଙ୍ଗଠନ ପକ୍ଷରୁ ସ୍ୱତଃ ସ୍ପୃତ ଭାବେ ସାମିଲ ହୋଇ ଗୁଣପୁର ବନ୍ଦ କୁ ସମ୍ପୂର୍ଣ୍ଣ ସଫଳ କରିଥିଲେ ।

ଏହାକୁ କେନ୍ଦ୍ର କରି ସ୍ଥାନୀୟ ପୋଲିସ ବିଭାଗ ପକ୍ଷରୁ ଥାନା ଭାର ପ୍ରାପ୍ତ ଅଧିକାରୀ ଶ୍ରୀ ରବୀନ୍ଦ୍ର ପାତ୍ର ଏକ ମାମଲା ଓକିଲ ମାନଙ୍କ ବିରୁଦ୍ଧ ରେ ରୁଜ କରିଥିବା ଜଣାପଡିଛି । କେସ୍ ନମ୍ବର୍ – ୩୬୬/୨୦୧୮ କ୍ରମେ  ବ୍ରହ୍ମାନନ୍ଦ  ପଟ୍ଟନାୟକ ,  ଉମା ଚରଣ ପଟ୍ଟନାୟକ , ପ୍ରଶାନ୍ତ ପଟ୍ଟନାୟକ , ସୁଂକାରି ଶିବାଜୀ , ଇନ୍ଦ୍ରାକ୍ଷି ପ୍ରସାଦ ଦାଶ , ବିଶ୍ୱନାଥ ସାହୁ , ସନ୍ତୋଷ ସାହୁ , ପ୍ରମୋଦ ସାହୁ ଓ ଏସ୍ ବାବା ପ୍ରସାଦ ଓକିଲ ଏବଂ ଅନ୍ୟ ୩୦ ଜଣ ଓକିଲ ଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ଼୍  ଧାରା ୧୪୩ , ୧୪୯ , ୨୯୦ ଓ ୪୩୧ କ୍ରମେ  କେସ୍ ଦାୟାର କରିଥିବା ଜଣା ପଡ଼ିଛି । 

ଏହାକୁ ନେଇ ଗୁଣପୁର ଓକିଲ ସଂଘ ର ଏକ ଜରୁରୀ କାଳୀନ ବୈଠକ ଆହ୍ୱାନ କରାଯାଇଥିଲା । ଏହି ବୈଠକରେ ସମସ୍ତ କାର୍ଯ୍ୟରତ ଓକିଲ ବୃନ୍ଦ ଯୋଗଦେଇ ପୋଲିସ ର ଏତାଦୃଶ୍ୟ କାର୍ଯ୍ୟ ପନ୍ଥା ପ୍ରତି ଘୋର ନିନ୍ଦା ପ୍ରକଟ କରିଥିଲେ । ବୈଠକ ନିଷ୍ପତି କ୍ରମେ ଏହାକୁ ବିରୋଧ କରି ଗୁଣପୁର ଓକିଲ ସଂଘ ପକ୍ଷରୁ ୨ ଦିନିଆ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି । 

କାହା ନିର୍ଦ୍ଧେଶ ରେ ଗୁଣପୁର ଥାନା ଭାର ପ୍ରାପ୍ତ ଅଧିକାରୀ ଶ୍ରୀ ରବୀନ୍ଦ୍ର ପାତ୍ର ଙ୍କ ଦ୍ୱାରା ଓକିଲଙ୍କ ବିରୋଧରେ ଏଭଳି ମକଦମା ରୁଜୁ କରାଯାଇଛି ତଦନ୍ତ କରାଯିବା ସହ ଥାନା ଅଧିକାରୀ ଶ୍ରୀ ପାତ୍ର ଗୁଣପୁର ବାର୍ କାଉନସିଲ ନିକଟ ରେ କ୍ଷମା ପ୍ରାର୍ଥନା କରିବା ଲାଗି ସଂଘ ସଭାପତି  ଦାବି କରିଛନ୍ତି ।

 

Leave A Reply

Your email address will not be published.