ପିଲାଙ୍କ ମାଧ୍ୟମରେ ସଚେତନତାର ବାର୍ତ୍ତା 

0

ଗୁଣୁପୁର/ ସିଦ୍ଧାର୍ଥ ଦାଶ ‬: ରାୟଗଡ଼ା ଜିଲ୍ଲା ଗୁଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର କୁନି କୁନି ବିଦ୍ୟାର୍ଥୀ ଙ୍କୁ ନେଇ ପୌର ପରିଷଦ ର କର୍ଣ୍ଣଗୁଡା ଠାରେ ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି ।

ଗ୍ରାମ ଙ୍କୁ ପଲିଥିନ ମୁକ୍ତ କରିବା ସହ ସ୍ୱଚ୍ଛ ରଖିବା ଏବଂ ପାଇଖାନା ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଇ ନାଟକ ମଞ୍ଚସ୍ଥ କରାଯାଇଛି । ପାଇଖାନା ବ୍ୟବହାର ନ କରି ଏଣେ ତେଣେ ମଳ ତ୍ୟାଗ କରିବା ଫଳ ରେ ଏବଂ ପଲିଥିନ ବ୍ୟବହାର କରିବା ଦ୍ୱାରା ହେଉଥିବା କ୍ଷତି ଜନ ଜୀବନ କୁ କିଭଳି ପ୍ରଭାବିତ କରୁଛି ଏହାକୁ ନାଟକ ମାଧ୍ୟମ ରେ ଚିତ୍ରଣ କରି ଅଞ୍ଚଳ ବାସୀ ଙ୍କୁ ନାଟକ ମାଧ୍ୟମ ରେ ସଚେତନ କରାଇଥିଲେ ।

Leave A Reply

Your email address will not be published.