ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,ତା ୧୧.୩.୨୦୨୫: ଗ୍ରାମୀଣ ମହିଳାମାନଙ୍କୁ ଅର୍ଥନୈତିକ ସ୍ଵାଧୀନତା ଏବଂ ଉଦ୍ୟୋଗ ମାଧ୍ୟମରେ ସଶକ୍ତ କରିବା ,ବିଭିନ୍ନ ଜୀବିକା ଉପରେ କୌଶଳ ବୃଦ୍ଧି ସହ ମହିଳା ସଶକ୍ତିକରଣ ପାଇଁ “ଲକ୍ଷପତି ଦିଦି “ସୃଷ୍ଟି କରିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ମହତ ଯୋଜନା ଓ ଅଭିଯାନ ଆରମ୍ଭ ହୋଇଯାଇଅଛି।ଏହି ପରିପେକ୍ଷୀରେ ଆଜି ସ୍ଥାନୀୟ ଶୁଭ ଅଭିନନ୍ଦନ କଲ୍ୟାଣ ମଣ୍ଡପ ଠାରେ ଓଡିଶା ଜୀବିକା ମିଶନ ସୌଜନ୍ୟତା ରେ ଜିଲ୍ଲା ସ୍ତରୀୟ କର୍ମଶାଳା ଲକ୍ଷପତି ଦିଦି ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ରୂପେ ଏହି କର୍ମଶାଳାରେ ଯୋଗ ଦେଇ ନିଜ ପରିବାରର ଆର୍ଥିକ ଅଭିବୃଦ୍ଧି ପାଇଁ ପରିଶ୍ରମ କରିଥିବା ଏବଂ ସମାଜ ରେ ନିଜେ ଜଣେ ମହିଳା ଉଦ୍ୟୋଗୀ ଭାବେ ପରିଚୟ ସୃଷ୍ଟି କରି ଲକ୍ଷ ପତି ଦିଦି ମାନଙ୍କୁ ଦୃଢ଼ ମନୋବଳ ଥିବା ମହିଳା ସଶକ୍ତିକରଣର ଏକ ଏକ ଉଦାହରଣ ବୋଲି ସ୍ବାଗତ ଜଣାଇବା ସହ ପ୍ରୋତ୍ସାହନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଯଦୁମଣି ନାୟକ,ଡି ପି ଏମ (ଓ ଏଲ ଏମ)ସସ୍ମିତା ସାମନ୍ତରାୟ ମଞ୍ଚାସିନ ଥିଲେ।ନବରଙ୍ଗପୁର ଜିଲ୍ଲାରେ ୧୦ ଟି ବ୍ଲକରେ ୮୮୦୨ ଲକ୍ଷପତି ଦିଦି ସୃଷ୍ଟି ଲକ୍ଷ୍ୟଧାର୍ଯ୍ୟ ରୁ ବର୍ତମାନ ୪୩୧୦ ଜଣ ଲକ୍ଷପତି ଦିଦି ତିଆରି ହୋଇଛନ୍ତି ଯେଉଁମାନଙ୍କ ନିଜସ୍ଵ ବାର୍ଷିକ ଆୟ ୧,୦୦,୦୦୦ ଟଙ୍କା ରୁ ଉର୍ଦ୍ଧ ଅଟେ। ଯେଉଁ ଏସ ଏଚ ଜି ସଭ୍ୟା ମାନଙ୍କର ବାର୍ଷିକ ଆୟ ଏକ ଲକ୍ଷ ରୁ ଅଧିକ କିମ୍ବା ଅତିକମ ରେ ଚାରିଗୋଟି କୃଷି ବା ବ୍ୟବସାୟ ଚକ୍ରରୁ ହାରାହାରି ମାସିକ ଆୟ ୧୦,୦୦୦/- ଟଙ୍କାରୁ ଅଧିକ ହୋଇଥିବା ତାକୁ ଲକ୍ଷ ପତି ଦିଦି କୁହାଯିବ।ବିଭିନ୍ନ ପ୍ରକାର ବ୍ୟବସାୟ,କୃଷି ଯେଭଳି କିରାନା ଦୋକାନ,ମକା ଚାଷ, ଗାଈ,ଛେଳି, ମେଣ୍ଢା ,କୁକୁଡା ପାଳନ, ବ୍ୟୁଟି ପାର୍ଲର,ସିଲେଇ,ଛତୁ ଚାଷ ପରି ଅନେକ ବୃତ୍ତିରେ ଜୀବିକା ନିର୍ବାହ କରି ସଫଳ ହୋଇଥିବା ଲକ୍ଷପତି ଦିଦି ଡାବୁ ଗାଁ ବ୍ଲକ୍ ର ସୁନାମଣି ଭାତ୍ରା, ପାର୍ବତୀ ହରିଜନ, ପାପଡ଼ା ହାଣ୍ଡି ବ୍ଲକର କୁମୁଦିନୀ ସାହୁ, କରୁଣା ନାଗ, ଆରିକା ଭତ୍ରା , ନନ୍ଦା ହାଣ୍ଡି ର ମିନି ସାହୁ ,ନବରଙ୍ଗପୁର ବ୍ଲକ ର ପଦ୍ମିନୀ ଖାଟି ପ୍ରମୁଖ ମଞ୍ଚା ସିନ ହୋଇ ନିଜ ନିଜର ଜୀବିକା ଅର୍ଜନ,ଅନୁଭୂତି ଓ ଉଦ୍ୟମକୁ ସମସ୍ତଙ୍କ ସାମ୍ନାରେ ରଖିଲେ ଓ ସରକାରଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଜିଲ୍ଲାପାଳ ଡ଼ା ମହାପାତ୍ର ଲକ୍ଷପତି ଦିଦି ମାନଙ୍କର ନିଜ ବ୍ୟବସାୟ ବା କୃଷି ରେ ଆହୁରି ଦକ୍ଷତା ବୃଦ୍ଧି ଓ ଆର୍ଥିକ ଅଭିବୃଦ୍ଧି ପାଇଁ ଆଗକୁ ଉପଯୁକ୍ତ ତାଲିମ ପ୍ରଦାନ ନିମନ୍ତେ ସଂପୃକ୍ତ ଅଧିକାରୀଂକୁ ଫର୍ମରେ ତଥ୍ଯ ପୂରଣ କରିବାକୁ କହିଥିଲେ।କର୍ମଶାଳା ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ମୂଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ,ଜିଲ୍ଲା ଉଦ୍ୟାନ ଅଧିକାରୀ,ଜିଲ୍ଲା ମତ୍ସ୍ୟ ଅଧିକାରୀ, ଡି ପି ସି , ମିଶନ ଶକ୍ତି, ଏଲ ଡି ଏମ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବିଭାଗ ର ବିଭିନ୍ନ ସ୍କିମ ଓ ଆର୍ଥିକ ସହାୟତା ଉପରେ ବିଶେଷ ସୂଚନା ଦେଇଥିଲେ।କର୍ମଶାଳାରେ ୪୦୦୦ ରୁ ଉର୍ଦ୍ଧ ଲକ୍ଷପତି ଦିଦି, ସମ୍ଭାବ୍ୟ ଲକ୍ଷପତି ଦିଦି,କମ୍ୟୁନିଟି ସପୋର୍ଟ ଷ୍ଟାଫ, ଏସ ଏଚ ଜି ସଭ୍ୟା,ଏମ ବି କେ,ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର ଙ୍କ ସମେତ ଓରମାସ ଅଧିକାରୀ, ଡି ଆଇ ପି ଆର୍ ଓ,ବିଭିନ୍ନ ବିଭାଗୀୟ ଅଧିକାରୀ ,ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.