ନୀଳଗିରି,ତା,୨୬/୧୦-ଜଳେଶ୍ଵର ର ନା ବାଳିକା ଛାତ୍ରୀ କୁ ବଳାତ୍କାର ଓ ହତ୍ୟା କରା ଯାଇଛି।ତାକୁ ଓ ତାର ପରିବାର କୁ ଉପଯୁକ୍ତ ନ୍ୟାୟ ଦାବୀ ରେ ପ୍ରତିବାଦ ସଭା କରାଯାଇଛି।ଆଜି ଏସ ଏଫ ଆଇ, ଗଣତାନ୍ତ୍ରିକ ମହିଳା ସମିତି ଓ କୃଷକ ସଭା ନୀଳଗିରି ଶାଖା ତରଫରୁ ଜଳେଶ୍ଵର ର ନାବାଳିକା କୁ ବଳାତ୍କାର ଓ ହତ୍ୟା ର ନାୟିକ ପ୍ରକ୍ରିୟା କୁ ତ୍ୱରାନ୍ୱିତ ଦାବୀ ରେ ପ୍ରତିବାଦ ସଭା ଓ ବାଲେଶ୍ବର ଜିଲ୍ଲାପାଳ ଙ୍କୁ ନୀଳଗିରି ଉପଜିଲ୍ଲାପାଳ ମାଧ୍ୟମରେ ଦାବୀ ପତ୍ର ପ୍ରଦାନ କରା ଯାଇଛି । ସିପିଆଇ (ଏମ)କାର୍ଯ୍ୟାଳୟ ରୁ ଶୋଭାଯାତ୍ରା ବାହାରି ନୀଳଗିରି ସହର ପରିକ୍ରମା ପରେ ଉପଜିଲ୍ଲାପାଳ ଅଫିସ ସମ୍ମୁଖ ରେ ପ୍ରତିବାଦ ସଭା କରାଯାଇ ଦାବୀ ପତ୍ର ଦିଆଯାଇଛି । ମହିଳା ସମିତି ର ନେତ୍ରୀ ମମତା ବିଶୋଇ ଡବଲ ଇଞ୍ଜିନି ସରକାର ସମୟରେ ମହିଳା ସୁରକ୍ଷିତ ନୁହଁ ।ଏ ସମୟରେ ପ୍ରତିଦିନ ବଳାତ୍କାର,ଆତ୍ମହତ୍ୟା, ହତ୍ୟା ବଢିଛି । ଉକ୍ତ ସରକାର ଯଦି ଆମ୍ଭ ଦାବୀ ନ ଶୁଣେ ଆଗାମୀ ଦିନରେ ଉକ୍ତ ଆନ୍ଦୋଳନ ଦୁର୍ବାର ହେବ ।ଏସ ଏଫ ଆଇ ତରଫରୁ ରେଖା ପଲେଇ, ଦ୍ରୌପଦୀ ପଲେଇ, ସାଗରିକା ବିଶୋଇ ପ୍ରମୁଖ
ଉକ୍ତ ସରକାର ବିରୁଦ୍ଧରେ ଆଲୋଚନା କରିଥିଲେ ।କୃଷକ ସଭା ତରଫରୁ ଯୋଗନନ୍ଦ ଦାସ,ସତ୍ୟଜିତ ଦାସ,ଅମରେନ୍ଦ୍ର ନାୟକ ଉକ୍ତ ଛାତ୍ରୀ ପ୍ରତି ନ୍ୟାୟ ପାଇଁ ଦାବୀ କରିଥିଲେ । ସିଟୁ ଜିଲ୍ଲା ସମ୍ପାଦକ ବିଜୟ କୁମାର ପାତ୍ର ଡବଲ ଇଞ୍ଜିନି ସରକାର ସମୟରେ ସବୁ କଥା ଡବଲ ହୋଇଛି ବୋଲି ପ୍ରକାଶ କରିଥିଲେ । ଆରମ୍ଭ ରୁ ଉକ୍ତ ସରକାର ଙ୍କ ସମୟ ରେ ବଳାତ୍କାର,ହତ୍ୟା,
ଆତ୍ମହତ୍ୟା ସବୁ ଡବଲ ହୋଇଛି । କାରଣ ଏହି ସରକାର ଅପାରଗ। ହତ୍ୟା କରାଯାଇ ଥିବା ପରିବାର କୁ କ୍ଷତି ପୂରଣ ବାବଦ କୁ ପଚାଶ ଲକ୍ଷ୍, ପୋଲିସ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ବାଲେଶ୍ବର ଜିଲ୍ଲା ରେ ଆଇନ୍ ଶୃଙ୍ଖଳା ଯେଭଳି ବିପର୍ଯ୍ୟସ୍ତ ନହୁଏ ସେଥି ପ୍ରତି ଦୃଷ୍ଟି ଦେବା ପାଇଁ ଦାବିପତ୍ର ରେ ଉଲ୍ଲେଖ କରାଯାଇଛି ।ଉକ୍ତ କାର୍ଯ୍ୟକ୍ରମ ରେ ଉମାକାନ୍ତ ଷଡଙ୍ଗୀ,କାଳିଆ ପାତ୍ର,ହେମେନ୍ଦ୍ର ସେଠି,ଗଜେନ୍ଦ୍ର ସିଂ,ପୁରୁଷୋତ୍ତମ ଖଣ୍ଡିଏ,ସତ୍ୟଜିତ ଦାସ,ପ୍ରଦୀପ ମିଶ୍ର, ଲକ୍ଷ୍ମୀଧର ସାହୁ, ରାମଚନ୍ଦ୍ର ସିଂ ଙ୍କ ସମେତ ବହୁ ସାଥୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post