ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଟି ଗଣ୍ଡପାଲି ଗ୍ରାମପଞ୍ଚାୟତ ଅଧିନରେ ଯାଉଥିବା ଶ୍ରୀଶ୍ରୀ ଡୁଙ୍ଗୁରି ବାବା ମନ୍ଦିର, ରଙ୍ଗମାଟିଆ-କନ୍ଧଡିହ ମୈିଜାର ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଦିର୍ଘ ୫ ଦିନ ବ୍ୟାପି ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଉତ୍ସବ ମାର୍ଚ୍ଚ ୫ ତାରିଖ ଠାରୁ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିବସରେ ଅଞ୍ଚଳର ମାଁ ଭଉଣୀ ମାନଙ୍କୁ ନେଇ ମହା ଆଡ଼ମ୍ବର ସହକାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।ଉକ୍ତ ପ୍ରତିଷ୍ଠା ଉତ୍ସବରେ ୧୧ ଦମ୍ପତି କର୍ତ୍ତା ଦାୟିତ୍ଵ ତୁଲାଇଥିବା ବେଳେ ପଣ୍ଡିତ ସର୍ବଶ୍ରୀ:- ବିପିନ ଦାଶ, କିଶୋର ଦାଶ,ସଞ୍ଜୟ ଦାଶ,ମୁନା ଦାଶ, ପ୍ରଫୁଲ୍ଲ ପଣ୍ଡା, ପ୍ରମୁଖ ପୂଜାର୍ଚ୍ଚନା ଦାୟିତ୍ଵ ନିଷ୍ଠା ସହକାରେ ତୁଲାଇଥିଲେ। ଉକ୍ତ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ପୂର୍ବତନ ମନ୍ତ୍ରୀ ରୀତା ସାହୁ, ବିଜେପୁର ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁ, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜେପୁର ସରୋଜ ବିଶ୍ୱାଳ, ବରଗଡ଼ ଲୋକସଭା ମାନ୍ୟବର ସାଂସଦ ପ୍ରଦୀପ ପୁରୋହିତ, ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସନତ କୁମାର ଗଡତୀୟା,ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁରର ମେଡିକାଲ ଅଫିସର ଡ଼ା. ସୁଶାନ୍ତ ମେହେର ତଥା ଜିଲ୍ଲା ପରିଷଦ ସଭ୍ୟ,ସଭ୍ୟା, ବିଭିନ୍ନ ଗ୍ରାମ ପାୟତର ସରପଞ୍ଚ ଯଥାକ୍ରମେ ଅନୁଷ୍ଠିତ ଦିବସରୁ ଆରମ୍ଭ କରି ପୂର୍ଣ୍ଣାହୁତି ଦିବସ ପର୍ଯ୍ୟନ୍ତ ବିଭିନ୍ନ ଦିବସ ମାନଙ୍କରେ ଅତିଥି ଭାବେ ଯୋଗଦାନ କରି ବାବାଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ। ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ଭକ୍ତି ଓ ମନୋରଞ୍ଜନ ପାଇଁ ପ୍ରତ୍ୟହ ସାନ୍ଧ୍ୟ ରଜନୀ ମାନଙ୍କୁ ପାରାୟଣ,ସଂକିତ୍ତନ୍ୟ, ଲୋକନୃତ୍ୟ,ଦଣ୍ଡନୃତ୍ୟ, ନାଟକ,ସଂପ୍ରଦା ଭଳି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଏପରି କି ସୁନାମଧନ୍ୟ କୋଶଲି କବି ପଦ୍ମଶ୍ରୀ ହଳଧର ନାଗଙ୍କୁ ନେଇ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.