ବୋରିଗାଁ ରେ ଆଦିବାସୀ ଙ୍କ ନିଆରା ଦଶହରା ବଜାର ଅନୁଷ୍ଠିତ

7

ଡାବୁଗାଁ _ ଯଶୋବନ୍ତ ପରିଚ୍ଛା (ଶାସକ ପ୍ରଶାସକ)ତା ୨୬/୧୦/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ବୋରିଗାଁ ରେ ରବିବାର ଆଦିବାସୀଙ୍କ ନିଆରା ଦଶହରା ବଜାର ଅନୁଷ୍ଠିତ ହୋଇଯାଇଛି। କେଉଁ ଆବାହନ କାଳରୁ ଏଠାରେ ଦଶହରା ବଜାର ବା ପ୍ରତୀକ ଦଶହରା ପାଳିତ ହୋଇ ଆସୁଛି। ବୋରିଗାଁ ଓ ଆଖପାଖ ଗ୍ରାମରୁ ଲାଠି,କୁର୍ସୀ ଓ ପାଲିଙ୍କି ସହ ଶିରା ଓ ପୂଜକ ମାନେ ବୋରିଗାଁ ପହଞ୍ଚିବା ପରେ ସାପ୍ତାହିକ ବଜାର ପରିସରରେ ଥିବା ମାତା ଗୁଡି ମନ୍ଦିରରେ ଏକତ୍ରିତ ହୋଇଥିଲେ। ସେଠାରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ପରେ ଅପରାହ୍ନ ୪ ଘଣ୍ଟ ସମୟରେ ସମସ୍ତ ଦେବାଦେବୀ ବିଭିନ୍ନ ଆଭୂଷଣ ପରିଧାନ କରି ଲାଠି,କୁର୍ସୀ ଓ ପାଲିଙ୍କି ଓ ବାଜା ମର୍ଦ୍ଦଳ ସହ ବିରାଟ ପଟୁଆର ବାହାରି ହାଟ ପରିକ୍ରମା କରି ଗ୍ରାମର ଆରାଧ୍ୟ ଦେବତା ବୁଡ଼ା ଅମାନତ୍ୟା ଙ୍କ ନିକଟରେ ପହଞ୍ଚି ଥିଲେ। ରବିବାର ସାପ୍ତାହିକ ହାଟ ସହ ଦଶହରା ବଜାର ଥିବାରୁ ବିଭିନ୍ନ ଦେବଦେବୀଙ୍କୁ ପାଖରୁ ଦର୍ଶନ କରିବା ସୌଭାଗ୍ୟ ଥିବାରୁ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଶ୍ରଦ୍ଧାଳୁ ଅପେକ୍ଷା କରି ରହିବା ସହ ଦେବାଦେବୀଙ୍କ ପାଖରୁ ଆଶୀର୍ବାଦ ଗ୍ରହଣ କରିଥିଲେ। ଗାଁ ଦାଣ୍ଡରେ ଦେବାଦେବୀ ଚାଲିଲେ ଗ୍ରାମରେ ଶାନ୍ତି,ମୈତ୍ରୀ ଓ ଏକତା ଭାବ ରହିବା ସହ ଗ୍ରାମରେ କୌଣସି ମହାମାରୀ ରୋଗ ପ୍ରବେଶ କରିପାରିବ ନାହିଁ ବୋଲି ଏବେ ମଧ୍ୟ ଲୋକଙ୍କ ମନରେ ବିଶ୍ୱାସ ରହିଛି। ପ୍ରତିବର୍ଷ ଦଶହରା ଦୁର୍ଗାପୂଜା ଅବସରରେ ଦଶମୀ ପରେ ଆସୁଥିବା ରବିବାର ହାଟ ବା ସାପ୍ତାହିକ ବଜାର ଦିନ ଦଶହରା ବଜାର ବା ପ୍ରତୀକ ଦଶହରା ପାଳିତ ହେଉଥିବାରୁ ଆଖ ପାଖ ଗ୍ରାମର ଲୋକଙ୍କ ଭିଡ ଜମିଥାଏ। ଅପରାହ୍ନ ରେ ସାପ୍ତାହିକ ହାଟ ପରିକ୍ରମା ପରେ ବିଭିନ୍ନ ଦେବାଦେବୀ ଓ ଲାଠି,କୁର୍ସୀ ,ପାଲିଙ୍କି ଗ୍ରାମର ମୁଖ୍ୟ ପୂଜକ ସୁକାଲୁ ପୂଜାରୀ ଙ୍କ ଘରେ ଏକତ୍ରିତ ହୋଇଥିଲେ। ଦୂର ଦୁରାନ୍ତ ରୁ ଆସିଥିବା ଦେବାଦେବୀ ,ଶିରା,ପୂଜାରୀ ଓ ଚଲାଣ ମାନଙ୍କୁ ସମ୍ମାନିତ କରାଯାଇଥିଲା । ରାତ୍ର ରେ ଲୋକଙ୍କ ମନୋରଞ୍ଜନ ପାଇଁ ସିଉନା ଗୁଡା ର ଆଦିବାସୀ ନାଟକ ସୁଚିତ୍ରା ହରଣ ମଞ୍ଚସ୍ଥ ହୋଇଥିଲା । ସୋମବାର ଅପରାହ୍ନରେ ମା ଦୁର୍ଗା ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ,ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଉପାଧ୍ୟକ୍ଷ ଲିଙ୍ଗରାଜ ଭତରା,ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତରା ଓ ବୋରିଗାଁ ସରପଞ୍ଚ ଶୁକ୍ରୁ ଭତରା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଭଗତ ପୂଜାରୀ,ହିରନ୍ ପୂଜାରୀ, ସମଦୁ, ସୁର ଓ ତରଣୀ ପ୍ରମୁଖ ପରିଚାଳନା କରିଥିବା ବେଳେ ଦୁର୍ଗାପୂଜା କମିଟି ର ସଭାପତି ବିଶ୍ୱନାଥ କଲାର,ଉପ ସଭାପତି ମାନ ସିଂ ନାୟକ,ସମ୍ପାଦକ ଦିଲିପ କୁମ୍ଭାର,ସହ ସମ୍ପାଦକ ଜଗଦୀଶ ଭତରା ଓ କୋଷାଧକ୍ଷ ରାଜେନ ପୂଜାରୀ ଓ ସମସ୍ତ ସଭ୍ୟ ସହଯୋଗ କରିଥିଲେ।

Leave A Reply

Your email address will not be published.