ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ଏବଂ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ କୃଷ୍ଣ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ବାର୍ଷିକ ଉତ୍ସବର ମହତ୍ତ୍ୱ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ I ସେହିପରି ସମ୍ମାନିତ ଅତିଥି ରୂପେ ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ପଣ୍ଡା ଯୋଗ ଦେଇ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଶିଳ୍ପୀ ପ୍ରତିଭାକୁ ଜାଗ୍ରତ କରିଥାଏ ବୋଲି ପ୍ରକାଶ କରିଥିଲେ I ଅନ୍ୟତମ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ଅଧ୍ୟକ୍ଷ ଭିକାରୀ ମହାରଣା ମଞ୍ଚାସୀନ ଥିଲେ I ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ୱାଇଁ ଅତିଥି ସ୍ୱାଗତ କରିବା ସହିତ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ I ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ଅନୁଷ୍ଠାନର କୃତି ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର ଏବଂ ଉପହାର ଦେଇ ଅତିଥି ମାନେ ପୁରସ୍କୃତ କରିଥିଲେ I ବିଦ୍ୟାଳୟର ପ୍ରତ୍ୟେକ କାର୍ଯ୍ୟକ୍ରମରେ ସହଯୋଗ କରୁ୍ଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା I ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I ପୁରାତନ ଛାତ୍ର ବଳରାମ ରାଉତ,ରାଜେଶ୍ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I ସେହିପରି ଗାଙ୍ଗପୁର କ୍ଳଷ୍ଟର୍ ର ଧାନପୁଞ୍ଜା,ସାନ ସାଦରା, ବୋରୀ, ବିଞ୍ଝଗିରି ବିଦ୍ୟାଳୟରେ ମଧ୍ୟ ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I
Sign in
Sign in
Recover your password.
A password will be e-mailed to you.