ଡାବୁଗାଁ ରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

8

ଡାବୁଗାଁ _ ଯଶୋବନ୍ତ ପରିଚ୍ଛା (ଶାସକ ପ୍ରଶାସକ)ତା ୨୬/୧୦/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଲି ସାହି ସ୍ଥିତ ଲକ୍ଷ୍ମୀ ମଣ୍ଡପ ଠାରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ପୂଜା କମିଟି ତରଫରୁ ଗତ ୨୪ ତାରିଖ ଶନିବାର ଦିନ ଠାକୁରାଣୀ ମନ୍ଦିରରୁ ପୂଜାର୍ଚ୍ଚନା କରାଯାଇ ଶତାଧିକ ମହିଳାଙ୍କ ଦ୍ୱାରା କଳସ ଯାତ୍ରା ଅନୁଷ୍ଠିତ ହୋଇ ଲକ୍ଷ୍ମୀ ମଣ୍ଡପ ଠାରେ କଳସ ସ୍ଥାପନ କରାଯାଇଥିଲା। ମା ଗଜଲକ୍ଷ୍ମୀ ଙ୍କ ପୂଜା ନିମନ୍ତେ ସୁନ୍ଦର ସାଜସଜ୍ଜା, ତୋରଣ ସହ ମଣ୍ଡପ ନିକଟରେ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି। ଆଗାମୀ ୩୦ ତାରିଖରେ ମା ଗଜଲକ୍ଷ୍ମୀ ଙ୍କ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ପରେ ନଭେମ୍ବର ୧ ତାରିଖ ରବିବାର ଦିନ ମା ଗଜଲକ୍ଷ୍ମୀ ଙ୍କ ଭସାଣି ଉଚ୍ଛବ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି ।ଏହି ଅବସରରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ । ସୂଚନା ଥାଉ କି ୨୦୧୫ ମସିହାରୁ ଡାବୁଗାଁ ରେଲି ସାହି ସ୍ଥିତ ମା ଗଜଲକ୍ଷ୍ମୀ ପୂଜା ମଣ୍ଡପ ପରିସରରେ ପୂଜା କମିଟି ତରଫରୁ ମା ଗଜଲକ୍ଷ୍ମୀ ଙ୍କ ପୂଜା ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇ ଆସୁଛି। ମୁଖ୍ୟ ପୂଜକ ଚୈତନ୍ୟ ଦାସ,ସହଯୋଗୀ ପୂଜକ ଗୋବିନ୍ଦ ପଣ୍ଡା, କର୍ତ୍ତା ରଞ୍ଜିତ ଘୋଡେ଼ଇ ପୂଜାର୍ଚ୍ଚନା କରିଥିବା ବେଳେ ଗଜଲକ୍ଷ୍ମୀ ପୂଜା କମିଟିର ଜଗନ୍ନାଥ,କେଶବ,ପାପନା, ଶୋଭା,ଲବ,ଗୋପୀ,ମନୁ,ରାଜୁ, ରାମ , ରାବଣା,ସୁରେନ୍ଦ୍ର,ତରଣି, ଜିତୁ ଓ ସୁଦର୍ଶନ ଙ୍କ ସହ ଅନ୍ୟମାନେ ସହଯୋଗ କରିଛନ୍ତି।

Leave A Reply

Your email address will not be published.