ଉତ୍କଳ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ତା: ୧୧-୦୩-୨୦୨୫ରିଖ ଦିନ ୧୧ଘଟିକା ସମୟରେ ଗୁଣପୁର ଉପ ଜିଲ୍ଲାପାଳ ସୁଶ୍ରୀ କିରନ ଦୀପ କୌର ସହତାଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡ ସ୍ତରୀୟ ଉତ୍କଳଦିବସ ୨୦୨୫ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଦ୍ଭାବନା ସଭା ଗୃହଠାରେ ଅନୁଷ୍ଠିତ ହୋଇଥିଲା । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଧନଞ୍ଜୟ ବେହେରା ସଂଯୋଜନା କରିଥିଲେ । ଉତ୍କଳ ଦିବସ ପାଳନ ପୂର୍ବରୁ ୨୬, ୨୭ ଓ ୨୮ମାର୍ଚ୍ଚ୨୦୨୫ ତିନି ଦିନ ଧରି ଓଡିଶୀ ସଙ୍ଗୀତ, ଚିତ୍ରଙ୍କନ, ଶୁଦ୍ଧ ଓଡ଼ିଆ ଲିଖନ, ପଠନ ଭଳି ବିଭିନ ପ୍ରତିଯୋଗିତା ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ତାଲିମ କେନ୍ଦ୍ର ଠାରେ ଅନୁଷ୍ଠିତ ହେବ । ଅପ୍ରେଲ ପହିଲା ଉତ୍କଳ ଦିବସ ଦିନ ସକାଳ ୦୭-୩୦ ସମୟରେ ଗୋଷ୍ଠୀ ଶିକ୍ଷା ତାଲିମ କେନ୍ଦ୍ର ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇ ପୁନଶ୍ଚ ସେହିଠାରେ ଶେଷ ହେବ । ଅପରାହ୍ନରେ ମେଡିକାଲ ଛକ ଠାରୁ ହଳଦିଆ ନାଳ ଛକ ମଧ୍ୟରେ ପଥୋତ୍ସଵ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ, ସାଧାରଣ ସଭା, ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଝୋଟି, ବିଭିନ୍ନ ପ୍ରକାର କ୍ରୀଡା ଆଦିର ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ । ଆଜିର ଏହି ବୈଠକରେ ଅତିରିକ୍ତ ଯୋଗାଣ ଅଧିକାରୀ ଦେଵବ୍ରତ ମହାପାତ୍ର, ଭାରତୀୟ ସଂରକ୍ଷିତ ବାହିନୀ, ଭାମିନି, ବିଭିନ୍ନ ଶିକ୍ଷାନୁଷ୍ଠାନ ମୁଖ୍ୟ, ପ୍ରଶାନ୍ତ ହୋତା, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଜାତା ଦାସ ସମେତ ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ । ଅନନ୍ତ ପାତ୍ର ପରିଚାଳନା କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply

Your email address will not be published.