ଓଡଗାଁ ମହୋତ୍ସବ  ଦ୍ୱିତୀୟ ସନ୍ଧ୍ୟା :କୁନି କଳାକାରଙ୍କ ନୃତ୍ୟରେ ଝୁମିଲେ ଦର୍ଶକ   

0

ଓଡଗାଁ (ଶ୍ରୀକାନ୍ତ କୁମାର ମିଶ୍ର ): ଓଡଗାଁ ମହୋତ୍ସବର ଦିତୀୟ ସନ୍ଧ୍ୟାରେ ସ୍ଥାନୀୟ କଳାକାରମାନଙ୍କ ନୃତ୍ୟ ସଙ୍ଗୀତ ଦର୍ଶକମାନଙ୍କୁ ଆମୋଦିତ  କରିଥିଲା । ବିଭିନ୍ନ ପ୍ରକାରର ନୃତ୍ୟ ସଙ୍ଗୀତ ପରିବେଷଣ ସହିତ ରକଷ୍ଟାର  ଡ୍ୟାନ୍ସ ଏକାଡେମୀ ଏବଂ ସରସ୍ୱତୀ ଡ୍ୟାନ୍ସଗୃପର ନୃତ୍ୟ ପ୍ରଦର୍ଶନ ଦର୍ଶକ ମାନଙ୍କ ମନକୁ କିଣିନେଇଥିଲା । ଶୁକ୍ରବାର ଦ୍ୱିତୀୟ ସନ୍ଧ୍ୟାରେ ଅବସର ପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରହଲ୍ଲାଦ ଅଧିକାରୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ନୟାଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର ମୁଖ୍ୟବକ୍ତା ଏବଂ ପୁର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ହିମାଂଶୁଶେଖର ଷଡ଼ଙ୍ଗୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲାପରିଷଦ ସଭ୍ୟ ତଥା ମହୋତ୍ସବ  କମିଟିର ସମ୍ପାଦକ ଲୋକନାଥ ସାହୁ ସଭାରେ ମଂଚାସୀନ  ଥିଲେ ।  ନୟାଗଡ ଜିଲ୍ଲାର ସର୍ବାଙ୍ଗିନ ଉନ୍ନତି ସହିତ ସମସ୍ତ ହିତାଧିକାରୀ ମାନଙ୍କର ସର୍ବନିମ୍ନ ସୁଖ ସୁବିଧା ଗୁଡିକୁ ନିଷ୍ଠାପର  ଭାବେ ଯୋଗାଇବା କାର୍ଯ୍ୟ ନିରନ୍ତର ଚାଲୁ ରହିବ ବୋଲି ବିଧାୟକ ଡ. ସାହୁ କହିଥିଲେ । ବିଭିନ୍ନ ଅନୁଷ୍ଠାନ ରୁ ୧୨ ଟି ଦଳ ଆଜିର ସାସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇଥିଲେ । ସେମାନଙ୍କ ମଧ୍ୟରୁ  ବୈଦେହୀ ସଂଗୀତାୟନ ସର୍ବୋକୃଷ୍ଟ ସ୍ଥାନ ଅଧିକାର କରିଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କୁରାଳ ୧ମ, ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ୨ୟ, ସରକାରି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୩ୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଠାରୁ ଟ୍ରଫି  ସହିତ ମାନପତ୍ର ଗ୍ରହଣ କରିଥିଲେ ।  ଏକା ସହିତ ଏହି ୪ ଗୋଟି ଦଳ ଉଦ୍ଯାପନୀ ସନ୍ଧ୍ୟାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଥିଲେ । ପଞ୍ଚାନନ ପଣ୍ଡା, ରଞ୍ଜନ କୁମାର ଦାଶ, ଭାବଗ୍ରାହୀ ମହାପାତ୍ର ମଂଚ ପରିଚାଳନା କରିଥିବା ବେଳେ ନୃତ୍ୟ ସଙ୍ଗୀତ ଅଭିନୟରେ ଅଂସଗ୬ହଣ କରିଥରବା ଦଳମାନଙ୍କ ମଧ୍ୟରୁ ଶ୍ରେଷ୍ଠ  ୪ଗୋଟି ଦଳକୁ ବିଚାରକ ପ୍ରଦୀପ କୁମାର ସାହୁ, ପ୍ରଶାନ୍ତ  କୁମାର ଦାଶ, ଦୁର୍ଗାକାନ୍ତ ଆଚାର୍ୟ୍ୟ ମନୋନୀତ କରିଥିଲେ ।  ଶନିବାର ୩ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିବେ  ପାୟଲ ଡ୍ୟାନ୍ସଗୃପ କଟକ ଏବଂ ସରସ୍ୱତୀ ଡ୍ୟାନ୍ସଗୃପ ଓଡଗାଁ ।

      

 

Leave A Reply

Your email address will not be published.