ସକାଳୁ ସକାଳୁ ଜନଗହଳି ଜାଗାରୁ ଛିନତାଇ, ଲୁଟିନେଲେ ୨.୧ ଲକ୍ଷ

0

ବାରିପଦା/ଦିଲ୍ଲୀପ ମହାନ୍ତି 

ପୂର୍ବାହ୍ନ ପ୍ରାୟ 8ଟା । ଜନଗହଳିପୂର୍ଣ୍ଣ ଓ ବ୍ୟସ୍ତ ବହୁଳ ବାରିପଦା ପୌରପରିଷଦର ଟ୍ରାଫିକ ଛକ ନିକଟରେ ଥିବା ମେସର୍ସ ଅଲେଖ ଚନ୍ଦ୍ର ସାହୁଙ୍କ ଦୋକାନରୁ ଛିନତାଇ ହୋଇଗଲା 2.10 ଲକ୍ଷ ଟଙ୍କା ଥିବା ବ୍ୟାଗ । ଦୋକାନର ମାଲିକ ପ୍ରଶାନ୍ତ କୁମାର ସାହୁ ଆଜି ପୂର୍ବାହ୍ନ 8ରେ ଦୋକାନ ଖୋଲି ଟଙ୍କା ଭର୍ତ୍ତି ବ୍ୟାଗକୁ କ୍ୟାସ କାଉଣ୍ଟାର ଉପରେ ରଖି ଠାକୁରଙ୍କୁ ଜୁହାର ହୋଇ ଦେଖନ୍ତି କାଉଣ୍ଟାର ଉପରୁ ଟଂକାଥଳିବେଳେ ଉଭାନ ହୋଇଯାଇଛି । ଶ୍ରୀସାହୁ ଖୋଜାଖୋଜି କରିବା ପରେ ଏବିଷୟରେ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ କେଶ ନଂ 7/2019ରେ ଏକ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରି ସିସି ଟିଭି ଫୋଟେଜରୁ ଏକ ମହିଳାଙ୍କୁ ସନ୍ଦେହ ପରିସରକୁ ଆସିଥିଲା ।ଖୋଜାଖୋଜି ପରେ ଉକ୍ତ ମହିଳା ବାରିପଦା ଷ୍ଟେସନ ଖେଳ ପଡିଆ ନିକଟରେ ରାହୁଥିବା ବନଜାରା ବୋଲି ଜଣା ପଡିଥିଲା । ଅଭିଯୁକ୍ତ ବନଜାରାକୁ ପୁଲିସ ଥାନାକୁ ଆଣି ପଚାରାଉଚରା ଚଳାଥିବାର ଜଣାପଡିଛି ।

 

Leave A Reply

Your email address will not be published.