କୁଚିଣ୍ଡା ୮। ୩(ଲିପନ ନାଏକ ): ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କୁଲୁଣ୍ଡି ପଞ୍ଚାୟତ ଅଧିନସ୍ଥ ବଡ଼ କୁଣ୍ଡେଇସରା ଠାରେ ଥିବା ଅସ୍ଥାୟୀ ପିଚୁ ପ୍ଲାଣ୍ଟ ରେ ପିଚୁ ନିର୍ମାଣ ପାଇଁ ପ୍ରଦୂଷଣ ନିୟମକୁ ଉଲ୍ଲଙ୍ଘନ କରାଯାଇ କାର୍ଯ୍ୟ କରୁଥିବା ଖବର ଗତ ୩ ତାରିଖ ରେ ପ୍ରକାଶିତ ହେବା ପରେ ସମ୍ବଲପୁର ପ୍ରଦୂଷଣ ବିଭାଗ ପକ୍ଷରୁ ଜାତୀୟ ରାଜପଥ ବିଭାଗ କୁ ଏକ କାରଣ ଦର୍ଶାଅ ନୋଟିସ ଚିଠି ସଂଖ୍ୟା ୮୬୨ ରେ ଦିଆଯାଇଥିବା ପ୍ରଦୂଷଣ ବିଭାଗୀୟ ଅଧିକାରୀ ଡ଼. ଏସ ଏନ ନନ୍ଦ ପ୍ରକାଶ କରିଛନ୍ତି। ଗୌଡ଼ପାଲି ଠାରୁ ଜମନକିରା ପର୍ଯ୍ୟନ୍ତ ଜାତୀୟ ରାଜପଥ ନିର୍ମାଣ ପାଇଁ ଏକ ଘରୋଇ କମ୍ପାନୀ ଦ୍ୱାରା କାର୍ଯ୍ୟ କରାଯାଉଥିବା ବେଳେ ଏହି କାର୍ଯ୍ୟପାଇଁ ଏହି ପିଚୁ ପ୍ଲାଣ୍ଟ ଅସ୍ଥାୟୀ ଭାବେ ତିଆରି କରାଯାଇ ପିଚୁ ତିଆରି କରାଯାଉଛି। ଏଠାରେ ଉଲ୍ଲେଖ କରିବାକୁ ଚାହୁଁ କି ଏହି କମ୍ପାନୀ ବିଗତ ଦୁଇ ମାସରୁ ଏଭଳି କାର୍ଯ୍ୟ କରି ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କିମ୍ବା ଏନ ଏଚ ବିଭାଗୀୟ ଅଧିକାରୀଙ୍କ ନଜରରେ ଆସି ନ ଥିଲା। ସବୁଠାରୁ ବଡ କଥା ହେଲା ଜେ ଏହି ପ୍ଲାଣ୍ଟ ବାସଯାଇଥିବା ସ୍ଥାନରେ ଏକ ହୋଟେଲ ଏକ ପାନ ଦୋକାନ ଏବଂ ଏକ ଟାୟାର ଦୋକାନ ରହିଛି ଓ କିଛି ଦୂରରେ କୁଲୁଣ୍ଡି ପିଟି କଲେଜ ରହିଛି ହେଲେ ଏହି ପ୍ଲାଣ୍ଟ ନିର୍ମାଣ ପାଇଁ କିଏ ଓ କେଉଁ ଆଧାର ରେ ଅନୁମତି ପ୍ରଦାନ କରିଛନ୍ତି ତାହା ନିହାତି ଭାବେ ତଦନ୍ତ କରାଯିବା କଥା କାରଣ ଏହି ପ୍ଲାଣ୍ଟ ରୁ ବାହାଉରୁଥିବା ଧୂଳି, ଧୂଆଁ, ଓ ବର୍ଜ୍ୟ ଅବାର୍ଜନା ଯୋଗୁଁ ଅଞ୍ଚଳ ଦୂଷିତ ହେଉଛି ଏବଂ ଏହି ଦୂଷିତ ପରିବେଶ ରେ ସାଧାରଣ ଲୋକେ ଢାବାରେ ବସି ଖାଦ୍ୟ ଖାଉଛନ୍ତି। ଯାହା ଫଳରେ ଆଗାମୀ ଦିନରେ ଅଞ୍ଚଳ ର ଲୋକେ ରୋଗା ଗ୍ରସ୍ତ ହେବାର ସମ୍ଭାବନା ରହିଛି। ସେହିପରି ପ୍ରଦୂଷଣ ବିଭାଗ ପକ୍ଷରୁ ନିୟୋଜିତ ହଟ୍ ମିକ୍ସ ଏବଂ ବ୍ୟାଚ୍ ମିଶ୍ରଣ ପ୍ଲାଣ୍ଟ ବୋର୍ଡରୁ ବୈଧ CTE/CTO ବିନା କାର୍ଯ୍ୟକ୍ଷମ।କରାଯାଉଥିବା ଯୋଗୁଁ ଭାରତୀୟ ଜାତୀୟ ରାଜପଥ ସମ୍ବଲପୁର ବିଭାଗୀୟ ନିର୍ଦେଶକଙ୍କୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି କି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ସମ୍ବଲପୁର ଜିଲ୍ଲାରେ ଜାତୀୟ ରାଜପଥ ନିର୍ମାଣ ଏବଂ ହଟ୍ ମିକ୍ସ ପ୍ଲାଣ୍ଟ ଏବଂ ବ୍ୟାଚ୍ ମିଶ୍ରଣ ପ୍ଲାଣ୍ଟ ପରିଚାଳନା ପାଇଁ ବିଭିନ୍ନ କମ୍ପାନୀକୁ କାର୍ଯ୍ୟାଦେଶ ଜାରି କରିଛି। ଏହି ୟୁନିଟଗୁଡ଼ିକ ଜଳ (ପ୍ରଦୁଷଣ ନିବାରଣ ଏବଂ ନିୟନ୍ତ୍ରଣ) ଆଇନ, ୧୯୭୪ ର ଧାରା ୨୫/୨୬ ଏବଂ ବାୟୁ (ପ୍ରଦୁଷଣ ନିବାରଣ ଏବଂ ନିୟନ୍ତ୍ରଣ) ଆଇନ, ୧୯୮୧ ର ଧାରା ୨୧ ଅନୁଯାୟୀ ବୋର୍ଡରୁ ପ୍ରତିଷ୍ଠା/ପରିଚାଳନା ପାଇଁ ବୈଧ ସମ୍ମତି ବିନା କାର୍ଯ୍ୟକ୍ଷମ ହେଉଅଛି।ତେଣୁ ଆପଣଙ୍କୁ SPCB ୱେବସାଇଟରେ ଅନଲାଇନ୍ ସମ୍ମତି ପରିଚାଳନା ଏବଂ ମନିଟରିଂ ସିଷ୍ଟମରେ କାର୍ଯ୍ୟକ୍ଷମତା ପାଇଁ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏଣୁକରି ଏହି ପ୍ଲାଣ୍ଟ ର ବୈଧ୍ୟ କାଗଜପତ୍ର ଯାଞ୍ଚ ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ହୋଇଛି। ଏ ସମ୍ପର୍କରେ ସମ୍ବଲପୁର ପିଡି ଙ୍କୁ 06632548966 ନମ୍ବରରେ ଯୋଗାଯୋଗ କରାଯାଇଥିବା ବେଳେ ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା।
Sign in
Sign in
Recover your password.
A password will be e-mailed to you.
Next Post