ଗଚ୍ଛିତ ବାଲି ଚାଲାଣରେ ବ୍ୟବହୃତ ହାଇୱା ଜବତ
ମୟୁରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ସାରସକଣା ତହସିଲ ଅଧିନରେ ଥିବା ସୁବର୍ଣ୍ଣରେଖା ନଦୀ ରୁ ବେଆଇନ ବାଲିଘାଟ ନିର୍ମାଣ କରିବା ସହିତ ବାଲି ଖନନ କରି
ଟ୍ରାକ୍ଟର ଯୋଗେ ସ୍ଥାନୀୟ ଶିର୍ଷା ଅଞ୍ଚଳର ବିଭିନ୍ନ ସ୍ଥାନରେ ବାଲି ମାଫିଆ ମାନେ ଶହ ଶହ ଟ୍ରିପ ବାଲି ଗଚ୍ଛିତ ରଖିଥିବା ବେଳେ
ଗଚ୍ଛିତ ହୋଇ ରହିଥିବା ବାଲିକୁ ବେଆଇନ ଭାବେ ହାଇୱା ଯୋଗେ ଚାଲାଣ କରାଯାଉଥିବା ଅଭିଯୋଗରେ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ସ୍ଥାନୀୟ ଝାରପୋଖରିଆ ପୋଲିସ ଓ.ଡି.୧୧ଏ.ଏଫ.୩୨୨୭ ନମ୍ୱର ବିଶିଷ୍ଟ ଏକ ହାଇୱା ଗାଡ଼ିକୁ ଜବତ କରିଛି। ଗଚ୍ଛିତ ବାଲିର ବେଆଇନ ପରିବହନକୁ ନେଇ ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବାଲି ପରିବହନ ପାଇଁ ଆବଶ୍ୟକୀୟ ଅନୁମତି ଓ କାଗଜପତ୍ର ଥିଲା କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ବାଲିର ବେଆଇନ ଚାଲାଣ ରୋକିବା ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ କଡ଼ା ନଜର ରଖିବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।