- ,ପୋଲିସ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉତେଜନା ନିୟନ୍ତ୍ରଣ,
- ବୈଧ ତାଲିକା ପ୍ରକାଶିତ, ଶନିବାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।
ଓଡ଼ଗାଁ ,୯।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଶୁକ୍ରବାର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ଶୁକ୍ରବାର ଦିନ ଫର୍ମ ନେଇ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନାମାଙ୍କନପତ୍ର ଯାଞ୍ଚ ପରେ ବୈଧ ତାଲିକା ପ୍ରକାଶ ପାଇଛି। ଛାତ୍ର ସଂସଦ ସଭାପତି ପଦବୀ ପାଇଁ ୩ଜଣ ପ୍ରାର୍ଥୀ, ଉପସଭାପତି ପଦବୀ ପାଇଁ ୨ଜଣ ପ୍ରାର୍ଥୀ,ସାଧାରଣ ସମ୍ପାଦକ ପଦବୀ ପାଇଁ ୨ ଜଣ ପ୍ରାର୍ଥୀ, ସହ ସମ୍ପାଦକ ୦୧, କ୍ରୀଡ଼ା ସଙ୍ଘ ସମ୍ପାଦକ ୦୧, ସହ କ୍ରୀଡ଼ା ସମ୍ପାଦକ ୦୦,ନାଟ୍ୟ ସମ୍ପାଦକ ପଦବୀ ପାଇଁ ୦୨ଜଣ,ସହ ସମ୍ପାଦକ ପାଇଁ ଜଣେ, ବିଜ୍ଞାନ ସମାଜ ସମ୍ପାଦକ ପଦବୀ ପାଇଁ ୦୨ଜଣ, ସହ ସମ୍ପାଦକ ୦୧ ଜଣ,ଡେ ସ୍କଲାର ଆସୋସିଏସନ୍ ସମ୍ପାଦକ ଜଣେ,ସହ ସମ୍ପାଦକ ଜଣେ,ବାଳକ କମନରୁମ୍ ସମ୍ପାଦକ ପଦବୀ ପାଇଁ ୦୨ଜଣ,ସହ ସମ୍ପାଦକ ୦୦, ବାଳିକା କମନରୁମ୍ ସମ୍ପାଦକ ପଦବୀ ପାଇଁ ୦୨ଜଣ ଏବଂ ସହ ସମ୍ପାଦକ ପଦବୀ ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ବୈଧ ତାଲିକା ପ୍ରକାଶିତ ପାଇଥିଲା। ଶନିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ପ୍ରକାଶ ଥାଉକି ନାମାଙ୍କନପତ୍ର ଯାଞ୍ଚ ପାଇଁ କଲେଜରେ ପହଞ୍ଚିବା ସମୟକୁ ନେଇ ମତ ପାର୍ଥକ୍ୟ ଘଟିଥିବା ଯୋଗୁଁ ଅପରାହ୍ନରେ ଉତେଜନା ସୃଷ୍ଟି ହୋଇଥିଲା। ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ଅତିରିକ୍ତ ତହସିଲଦାର ଜି ଶ୍ରୀନୁ,ଶରଣକୁଳ ଏସଡିପିଓ ଦିପ୍ତିକାନ୍ତ ପ୍ରଧାନ, ଆଇଆଇସି ସତ୍ୟ ନାରାୟଣ ବାରିକ, ଏସଆଇ ଚକ୍ରଧର ସିଂ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଉପସ୍ଥିତ ରହି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ତେବେ ଛାତ୍ରଛାତ୍ରୀଙ୍କ ଦାବି ଅନୁଯାୟୀ ଉପସ୍ଥିତ ସମସ୍ତ ପ୍ରଶାସନିକ କର୍ତ୍ତୃପକ୍ଷ କଲେଜର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ତେବେ ଯାଞ୍ଚ ପ୍ରକ୍ରିୟା ବେଳେ ପ୍ରବେଶ ସମୟ ସଠିକ୍ ଥିବା ଜଣାପଡିବାରୁ ଉତେଜନା ପ୍ରସମୀତ ହୋଇଥିଲା। ଏବଂ ପରେ କ୍ୟାମ୍ପସ ଖାଲି ହୋଇଥିଲା। ଆସନ୍ତା କାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବ।