କୁଚିଣ୍ଡା (ଲିପନ ନାଏକ ): ଜଙ୍ଗଲରେ ନିଆଁ ଲଗାଇଗଲେ ଅଭିଯୁକ୍ତ ଜେଲ ଗଲେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜମନକିରା ବନାଞ୍ଚଳ ଭୋଜପୁର ବନ କ୍ଷେତ୍ର ଅଧିନସ୍ଥ ସିରିଡି ଗ୍ରାମରେ। ସିରିଡି ଗ୍ରାମର ଅଜିତ କୁମାର ମିଞ୍ଜ ପିତା ଅନ୍ଦ୍ରାସ ମିଞ୍ଜ ଗ୍ରାମ- ସିରିଡ, ବନବିଭାଗ ସିରିଡ଼ି ଅଧିନସ୍ଥ ପ୍ରଭାଶୁଣି ରିଜବ ଫୋରେଷ୍ଟ ରେ ନିଆଁ ଲଗାଯାଉଥିବା ନେଇ ଭୋଜପୁର ଫୋରେଷ୍ଟର ହେମନ୍ତ କୁମାର ମିଶ୍ରକୁ କୌଣସି ସୂତ୍ରରୁ ଜାଣି ପାଇଥିଲେ। ଶ୍ରୀ ମିଶ୍ର ଏହାକୁ ନେଇ ଏକ ଟିମ ସହିତ ପ୍ରଭାଶୁଣି ରିଜବ ଫୋରେଷ୍ଟ ରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଅଭିଯୁକ୍ତ ଯୁବକଙ୍କୁ ଜଙ୍ଗଲରେ ନିଆଁ ଲଗାଉଥିବା ଦେଖିବାକୁ ପାଇଥିଲେ ଓ ତାକୁ ସେଠାରେ ଗିରଫ କରି ରେଞ୍ଜର ଲଷ୍ମୀନାରାୟଣ ନାଏକ ଙ୍କୁ ଜଣାଇଥିଲେ। ବନ ବିଭାଗ ପକ୍ଷରୁ ଅଭିଯୁକ୍ତ ଅଜିତ ମିଞକୁ କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତମାନ ଚାରି ଆଡେ ଜଙ୍ଗଲରେ ନିଆଁ ଲାଗୁଛି ଓ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାକୁ ବନ ବିଭାଗ ବିଭିନ୍ନ ଉପାୟରେ ସଚେତନ କରୁଛନ୍ତି ହେଲେ କିଛି ଅସାଧୁ ବ୍ୟକ୍ତି ମନ୍ଦ ଉଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଉଛନ୍ତି ଯାହା ଫଳରେ ବନ ବିଭାଗ, ଅଗ୍ନିଶମ ବିଭାଗ ସହିତ ସାଧାରଣ ଲୋକଙ୍କୁ ହଇରାଣ ହେବାକୁ ପଡୁଛି। ଏଣୁକରି ବନ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଏଭଳି ପଦକ୍ଷେଫ ନିଆ ଯାଇଥିବା ବନ ଅଧିକାରୀ କହିଛନ୍ତି। ଏଭଳି କିଛି ଘଟଣା ନଜରକୁ ଆସିଲେ ବନ ବିଭାଗକୁ ତଥା ଦୂରଭାଷା -୭୦୭୭୩୯୩୨୯୯,୯୯୩୮୫୦୧୫୬୦ରେ ଜଣାଇଲେ ଆଗାମୀ ଦିନରେ ମଧ୍ୟ ଏଭଳି ପଦକ୍ଷେଫ ନିଆ ଯିବ ବୋଲି ମଧ୍ୟ ଶ୍ରୀ ନାଏକ କହିଛନ୍ତି
Sign in
Sign in
Recover your password.
A password will be e-mailed to you.