ସଂକର୍ଷଣ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ

3

 ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ସଂକର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ  ଶିକ୍ଷକ ଚିତ୍ରରେଖା ପ୍ରଧାନଙ୍କ ଅଧ୍ୟକ୍ଷତାରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଧାନ ଓ ସୁଶାନ୍ତ କୁମାର ପାଣ୍ଡେ ଅତିଥି,ସିଆରସିସି ସୁଧାଂଶୁ ଶେଖର ଜାଲ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷକ ଆନନ୍ଦ ଚନ୍ଦ୍ର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।ଵିଡିଓ ସାହୁ ଓ ସଂଗୀତା ମହତ୍ତମ ସଭାକୁ ପରିଚାଳନା କରିଥିଲେ। ପ୍ରଧାନ ଶିକ୍ଷକ ଚିତ୍ରରେଖା ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ।ଏହି ଅବସରରେ ଐତିହ୍ୟ ସମ୍ପନ୍ନ ସଂକର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରଦାନ କରିଥିବା ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଜଗଦୀଶ ମେହେର, ଭାଗିରଥୀ ପଟ୍ଟନାୟକ, ଆର୍ତ୍ତତ୍ରାଣ ପଧାନ, ରାଧାକାନ୍ତ ସାହୁ ସ୍ମୃତି ସ୍ମାରକୀ ପୁରସ୍କାର ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ସରୋଜ ମେହେର, କ୍ରିଷ୍ଣାନନ୍ଦ ଦାଶ, କୃପାସିନ୍ଧୁ ପାଇକ,ସୁଶିବାନନ୍ଦ ଦାଶ,ସତ୍ୟଵତୀ ପଧାନ, କଲ୍ୟାଣୀ ବିଶ୍ବାଳ,ସୁରଭି ସିଂ ଵରିହା,କୁନି ସେଠ, ମୀନତି ସାହୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସ୍କୁଲ ପରିଚାଳନା କମିଟିର କୁମୁଦିନୀ ଲହରିଆ,, ଲକ୍ଷ୍ମୀ ଵାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଶିକ୍ଷକ ସୁଶାନ୍ତ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.