ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହେଲା ଗୋପବନ୍ଧୁ ଜୟନ୍ତୀ

9

ଓଡ଼ଗାଁ, ୯।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଛାମୁ ସାହି ଠାରେ ଥିବା ଗାନ୍ଧୀ ପୀଠରେ ଶୁକ୍ରବାର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ ଅବସରରେ ଏକ ଶ୍ରଦ୍ଧାପୂର୍ଣ୍ଣ ପରିବେଶରେ ଜନ୍ମଜୟନ୍ତୀ ପାଳନ କରାଯାଇଥିଲା। ମୁଖ୍ୟ ଅତିଥି ଡ.ମାନସ ରଞ୍ଜନ ଭୋଇ ସ୍ମୃତି ପୀଠରେ ପହଞ୍ଚି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏବଂ ପରେ ବିଭିନ୍ନ ଜାତୀୟତା ବୋଧକ ଶ୍ଳୋଗାନ ଦିଆଯାଇଥିଲା। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅଚ୍ୟୁତାନନ୍ଦ ପଣ୍ଡା, ଗଙ୍ଗାଧର ନନ୍ଦ, ସୁରେଶ ମହାପାତ୍ର, ସଚ୍ଚିଦାନନ୍ଦ ବଡ଼ପଣ୍ଡା, ସୁବାଷ ଚନ୍ଦ୍ର ସାହୁ, ରମେଶ ଦାଶ, କବୀରାଜ ପଣ୍ଡା, ଶ୍ରୀମନ୍ତ ମହାରାଣା, ହିମାଦ୍ରୀ ମହାରଣା, ବରେନ୍ଦ୍ର ନନ୍ଦ, ରାଧାରଞ୍ଜନ ଉପାଧ୍ୟାୟ ଓ ସୁଶାନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇ ଉତ୍କଳମଣିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗୋପବନ୍ଧୁ ଦାସଙ୍କ ତ୍ୟାଗ, ସେବା, ମାନବିକତା ଓ ସମାଜ ସଂସ୍କାର ପାଇଁ ତାଙ୍କର ଅବଦାନକୁ ସ୍ମରଣ କରାଯାଇଥିଲା। ତାଙ୍କର ଆଦର୍ଶକୁ ଅନୁସରଣ କରି ସମାଜସେବା ଓ ଜନକଲ୍ୟାଣ କାର୍ଯ୍ୟରେ ଆଗେଇ ଆସିବାକୁ ଉପସ୍ଥିତ ଅତିଥିମାନେ ଆହ୍ୱାନ ଦେଇଥିଲେ।

Leave A Reply

Your email address will not be published.