ବନ ସୁରକ୍ଷା ସମିତି କୁ ନେଇ ବନାଗ୍ନି ସଚେତନତା ଶିବିର

3

କୁଚିଣ୍ଡା ୮।୩(ଲିପନ ନାଏକ ): ବାମରା ବନଖଣ୍ଡ ଜମନକିରା ବନାଞ୍ଚଳ ଖଇରଡ଼ିହି ଗ୍ରାମରେ ବନାଗ୍ନି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜମନକିରା ବନକ୍ଷେତ୍ର ଅଧିକାରୀ ଶେଷ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ମୁଖ୍ୟ ଅତିଥିଭାବେ ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠି ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥିଭାବେ ଜମନକିରା ଅତିରିକ୍ତ ତହସିଲଦାର ସୌରଭ କୁମାର ସାହୂ, ଜମନକିରା ବନାଞ୍ଚଳ ଅଧିକାରୀ ଲଷ୍ମୀନାରାୟଣ ନାଏକ, ମଧୁବନ ଜଙ୍ଗଲ ସୁରକ୍ଷା ସମିତି ସଭାପତି ଆଦି ପ୍ରସାଦ ମହାକୁଳ ମଞ୍ଚାସିନ ରହି ଯୋଗଦେଇଥିଲେ। ଅନୁଷ୍ଠିତ ଏହି ସଚେତନ ଶିବିରରେ ଖଇରଡ଼ିହି ଗ୍ରାମର ଛାତ୍ର ଛାତ୍ରୀ, ମହିଳା ଓ ପୁରୁଷ ମାନେ ମଧ୍ୟ ଉପସ୍ଥିତ ଥିଲେ। ବର୍ତମାନ ମହୁଲ ଗୋଟାଇବା ପାଇଁ ଗ୍ରାମବାସୀଙ୍କ ଦ୍ୱାରା ପରୋକ୍ଷରେ ନିଆଁ ଲଗା ଯାଉଛି ଯାହା ଫଳରେ ଏହି ନିଆଁ ରେ ଜଙ୍ଗଲ ମଧ୍ୟ ଜଳୁଛି। ଜଙ୍ଗଲ ଜଳିବା ଦ୍ୱାରା ଜଳ ଜୀବନ ଓ ପରିବେଶ ରେ ପରିବର୍ତନ ହେଉଛି ଯେଉଁଥିରେ ସାଧାରଣ ମନୁଷ୍ୟକୁ ପ୍ରଭାବ ହେଉଛି। ଜଙ୍ଗଲରେ ନିଆଁ ନ ଲଗାଇବାକୁ ଅତିଥି ମାନେ ଜନ ସାଧାରଣ ଙ୍କୁ ନିଜ ବକ୍ତ୍ୟବ୍ୟ ମାଧ୍ୟମରେ ଅନୁରୋଧ କରିଥିଲେ। ଜଙ୍ଗଲ ରହିଲେ ମନୁଷ୍ୟ ରହିବ ବୋଲି କହିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଖଇରଡ଼ିହି ଗ୍ରାମବାସୀଙ୍କ ସହିତ ଜମନକିରା ଫରେଷ୍ଟ ଗାର୍ଡ ଜୟନ୍ତୀ ରମଜାନ, ବାର୍ହାମୁଣ୍ଡି ଫରେଷ୍ଟ ଗାର୍ଡ କ୍ଷୀରିଦିନୀ ରଣା, ଟିକିଲିପଡ଼ା ଫରେଷ୍ଟ ଗାର୍ଡ ଇନ୍ଦ୍ରାଣୀ ସ୍ୱାଇଁ, ସନ୍ତୋଷ ସାମଲ, ଲଷ୍ମୀଧର ବିନ୍ଧାଣି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave A Reply

Your email address will not be published.