“ମହିଳାମାନଙ୍କୁ ସମାନ ଅଧିକାର ଏବଂ ସୁଯୋଗ ପ୍ରଦାନ କରିବା ଆମ ସମାଜର ଏକ ମୁଖ୍ୟ ଦାୟିତ୍ୱ” : ଜଷ୍ଟିସ କର୍ଣ୍ଣର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ –
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନବଜୀବନ ଟ୍ରଷ୍ଟ ପ୍ରାଙ୍ଗଣରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଉପଲକ୍ଷେ ଜଷ୍ଟିସ କର୍ଣ୍ଣର ଟ୍ରଷ୍ଟ ପକ୍ଷରୁ ଏକ ବିଶେଷ ସମାରୋହ ଆୟୋଜନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମ ରେ ଜଷ୍ଟିସ କର୍ଣ୍ଣର ର ସଭାପତି ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର , କିଶୋର ନ୍ୟାୟ ପରିଷଦ ସଦସ୍ୟ ଶ୍ରୀ ରବୀନ୍ଦ୍ର କୁମାର ପାଳ , ଶିଶୁ ମଙ୍ଗଳ ସମିତି ର ସଦସ୍ୟା ସୁଜାତା ପଟ୍ଟନାୟକ ଏବଂ ମମତା ରାଣୀ ଶତପଥି , ମହିଳା ଆଇନଜିବୀ ଅନିତା କୁମାରୀ ମିଶ୍ର , ସ୍ୱୟଂ ପ୍ରକଳ୍ପର ଜିଲ୍ଲା ସଂଯୋଜକା ଶିବାନୀ ପାଣିଗ୍ରାହୀ , ଆକାଂକ୍ଷା ମହିଳା ସଂଘଠନ ର ସମ୍ପାଦିକା ମୀନା କୁମାରୀ ଟହଲ , ଶକ୍ତି ସଦନ ସୁପରିଟେଣ୍ଡେଣ୍ଟ ମଞ୍ଜୁଳା ଆଚାର୍ଯ୍ୟ , ସେଣ୍ଟର ଫର କମ୍ୟୁନିଟି ଡେଭଲପମେଣ୍ଟ ର ଡାଇରେକ୍ଟର ଏ. ଜଗନ୍ନାଥ ରାଜୁ , ସଖୀ ସେଣ୍ଟର ର ସୁନୀତା ମହାରଣା ଏବଂ ମୋହିନୀ ପ୍ରଧାନ ଉପସ୍ଥିତ ଥିଲେ।
ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ କହିଥିଲେ “ମହିଳାମାନେ ସମାଜର ମୂଳସ୍ତମ୍ଭ। ସେମାନଙ୍କର ସଶକ୍ତିକରଣ ଏବଂ ସୁରକ୍ଷା ପାଇଁ ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ। ଜଷ୍ଟିସ କର୍ଣ୍ଣର ର ସଭାପତି ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ କହିଥିଲେ “ମହିଳାମାନଙ୍କୁ ସମାନ ଅଧିକାର ଏବଂ ସୁଯୋଗ ପ୍ରଦାନ କରିବା ଆମ ସମାଜର ଏକ ମୁଖ୍ୟ ଦାୟିତ୍ୱ”। ଅନ୍ୟ ଅତିଥି ମାନେ , ଲିଙ୍ଗ ଗତ ଭେଦଭାବ , ବାଲ୍ୟ ବିବାହ , ଘରୋଇ ହିଂସା , ମହିଳା ଚାଲାଣ , ଯୌନ ଶୋଷଣ ବିଷୟରେ ବିସ୍ତୃତ ଭାବେ ମତ ପ୍ରଦାନ୍ କରିଥିଲେ।
ଏହି ଅବସରରେ ନିଃଶୁଳ୍କ , ନିଃସର୍ତ୍ତ ଓ ନିଃସ୍ୱାର୍ଥ ସମାଜସେବା କାର୍ଯ୍ୟ ପାଇଁ ଶ୍ରୀମତୀ କବିତା ମଲ୍ଲିକଙ୍କୁ ପୁଷ୍ପଗୁଚ୍ଛ , ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥା ର ଟେଲରିଂ ସେଣ୍ଟର ର ମହିଳା , ପୌରପାଳିକା ର ସମସ୍ତ ଅଙ୍ଗନବାଡ଼ି କର୍ମୀ , ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା , ଚାଇଲ୍ଡଲାଇନ କର୍ମକର୍ତ୍ତା , ଏବଂ ଅନ୍ୟାନ୍ୟ ଅତିଥିବୃନ୍ଦ ସହିତ ୧୦୦ରୁ ଉର୍ଦ୍ଧ୍ବ ମହିଳା ଯୋଗଦାନ କରିଥିଲେ।
ନବଜୀବନ ଟ୍ରଷ୍ଟ ର ପିଲାମାନେ ଏକ ମନୋହର ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।
ଏହି କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣ ଏବଂ ସମାଜରେ ସେମାନଙ୍କର ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି।
କାର୍ଯ୍ୟକ୍ରମର ଶେଷରେ ସମସ୍ତ ଅତିଥିବୃନ୍ଦ ଏବଂ ଯୋଗଦାନକାରୀଙ୍କୁ ଧନ୍ୟବାଦ ଜଣାଇ ଜଷ୍ଟିସ କର୍ଣ୍ଣର ଟ୍ରଷ୍ଟ ର ଶ୍ରୀ ସଞ୍ଜୟ କୁମାର ରାଉତ ଏବଂ ସମ୍ପାଦକ ଶ୍ରୀ ଜଗନ୍ନାଥ ଚୌଧୁରୀ କାର୍ଯ୍ୟକ୍ରମ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ଅଙ୍ଗହଗ୍ରହନକାରୀଙ୍କୁ ପ୍ରଶଂସା ସଭା ସାଙ୍ଗ କରିଥିଲେ।