ପାଇକମାଲ :- ବରଗଡ ଜିଲ୍ଲା ଅନ୍ତର୍ଗତ ପାଇକମାଲ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପାଇକମାଲ ବିଜୁ ଜନତାଦଳ ପକ୍ଷରୁ ସ୍ୱର୍ଗତ ବିଜୁ ପଟ୍ଟନାୟକ ଜୟନ୍ତୀ ତଥା ପଞ୍ଚାୟତି ରାଜ ଦିବସକୁ ସରକାରୀ ଛୁଟିରୂ ବାତିଲ କରିଥିବାରୁ ଧାରଣା ଦିଆଯାଇଥିଲା।ଏହି ମହତ୍ତ୍ୱପୂର୍ଣ୍ଣ ଧାରଣାକୁ ବିଜୁ ଜନତାଦଳର ଶତାଧିକ କର୍ମୀ ସମର୍ଥନ ଜଣାଇ ଧାରଣାରେ ସାମିଲ ହୋଇଥିଲେ।ବିଜେଡ଼ିର ବରିଷ୍ଠ କର୍ମୀ ଶ୍ରୀଯୁକ୍ତ ଟାଇଲ ଚନ୍ଦ୍ର ଭୋଇଙ୍କ ପରିଚାଳନାରେ ଅନୁଷ୍ଠିତ ସଭାକୁ ମୁଖ୍ୟ ଅତିଥି ଭାବେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ଯୋଗଦାନ କରି ମିଛୁଆ ଡବଲ ଇଞ୍ଜିନ ସରକାରଙ୍କ ଦୋମୁହାଁ ନିତି ସମେତ ଓଡ଼ିଶାର ଜନସାଧାରଣଙ୍କୁ ସୁନେଲି ସ୍ୱପ୍ନ ଦେଖାଇ କ୍ଷମତାକୁ ଆସିଲା ପରେ ଓଡ଼ିଶା ବାସୀଙ୍କୁ କେମିତି ନିଜେ ଦେଇଥିବା ପ୍ରତିଶ୍ରୁତିକୁ ଭୁଲି ପ୍ରତାରଣା କରି ଚାଲିବା ସଙ୍ଗେ ସଙ୍ଗେ କ୍ଷମତା ଲୋଭରେ ବାଇ ହୋଇ ଯାଇଛନ୍ତି ତାହାରି ଉପରେ ବର୍ଷିଥିଲେ।ଏହି ସଭାରେ ମୁଖ୍ୟ ଅତିଥି ଶ୍ରୀମତୀ ବରିହା ତାଙ୍କ ଭାଷଣରେ କଡ଼ା ସମାଲୋଚନା କରୁଥିବା ବେଳେ କର୍ମୀମାନଙ୍କ ଗହଣରୁ ଓଡ଼ିଶାରେ ଚାଲିଥିବା ଡବଲ ଇଞ୍ଜିନ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେବା ଦେଖିବାକୁ ମିଳିଥିଲା। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସୁସଂଗଠକ ଗୈାତମ ସିଂ, ହୃଦାନନ୍ଦ ବାରିକ, ନନ୍ଦଲାଲ ମହାପାତ୍ର, ନବକିଶୋର ସାହୁ, ଶ୍ରୀମତୀ ରଜନୀ ସାହୁ, ସୂର୍ଯ୍ୟ ହୋତା,ବିଜୟ ସ୍ୱାଇଁଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଯୋଗଦାନ କରିଥିଲେ। ପାଇକମାଳ ବିଡ଼ିଓଙ୍କ ଜରିଆରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।
Sign in
Sign in
Recover your password.
A password will be e-mailed to you.