ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଅନ୍ତର୍ଜାତୀୟ ମହିଳା ଦିବସ କୁ ଦୃଷ୍ଟି ରେ ରଖି ଗୁଣୁପୁର ବ୍ଲକ ପରିସର ରେ ଓଡିଶା ସରକାର ଙ୍କ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ସୁଭଦ୍ରା ଯୋଜନା ର ପଥପ୍ରାନ୍ତ ଉତ୍ସବ ସ୍ଥାନୀୟ ସମନ୍ୱିତ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି |
ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅର୍ଥ ବିଭାଗ ର ଅଧିକାରୀ ଉମାକାନ୍ତ ସାହୁ ବିଶିଷ୍ଠ ଅତିଥି ଭାବେ ରାୟଗଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ର ଗୁଣୁପୁର ବିଧାନସଭା ସଂଯୋଜକ ପ୍ରମୋଦ କୁମାର ସାହୁ ଉପଖଣ୍ଡ ପ୍ରୋଗ୍ରାମ ଅଧିକାରୀ କଲ୍ୟାଣୀ ମହାଙ୍କୁଡ ସମାଜସେବୀ ପିଙ୍କି ମହାପାତ୍ର ଯୋଗ ଦେଇ ସୁଭଦ୍ରା ଯୋଜନା ଏକ ମହତ ଯୋଜନା ବୋଲି ମତ ବ୍ୟକ୍ତ କରିଥିଲେ |
ଭରାତୀୟ ଜନତା ପାର୍ଟି ର ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ତଥା ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସଚିବ ପ୍ରମୋଦ କୁମାର ସାହୁ ଓଡିଶା ସରକାର ତଥା ମୋହନ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ସୁଭଦ୍ରା ଯୋଜନା ଏକ ଯୁଗାନ୍ତକାରୀ ଯୋଜନା ଏବଂ ଏହି ଯୋଜନା ଦ୍ୱାରା ମହିଳା ମାନେ ସ୍ୱାବଲମ୍ବୀ ହୋଇ ପାରିବେ ବୋଲି କହିବା ସହ ଏହି ଯୋଜନା କୁ ପାଥେୟ କରି ବର୍ତ୍ତମାନ ଅନ୍ୟ ରାଜ୍ୟ ଗୁଡିକ ମଧ୍ୟ ନାମ ମାତ୍ର ପରିବର୍ତ୍ତନ କରି ଆରମ୍ଭ କରିଛନ୍ତି |
ଗତ ଚବିଶି ବର୍ଷ ର ସରକାର ଲୋକଙ୍କୁ ଏବଂ ମହିଳା ଙ୍କୁ ପାଥେୟ କରି ଭୁଆଁ ବୁଲାଉଥିଲେ ଏବଂ ମହିଳା ଙ୍କୁ ମୋହରା କରି ଭୋଟ ବ୍ୟାଙ୍କ ସୃଷ୍ଟି କରୁଥିଲେ ବୋଲି ପ୍ରମୋଦ ସାହୁ ବିଜେଡି କୁ ଟାର୍ଗେଟ କରିଥିଲେ |
ଏହି ଉତ୍ସବ ରେ ସି ଡି ପି ଓ ସୁଷମା ପ୍ରସାଦ ପରିଚାଳନା କରିଥିବେ ବେଳେ ଅଙ୍ଗନବାଡି ମହିଳା କର୍ମୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ଏବଂ କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ |
ଶେଷ ରେ ଆଇ ସି ଡି ଏସ ତରଫରୁ ଧନ୍ୟବାଦ ଦିଆଯାଇଥିଲା |