ଖପ୍ରାଖୋଲ ପୋଲିସ ର ଚଡାଉ ୭୨ ଲିଟର ବିଦେଶୀ ମଦ ଜବତ, ଦୁଇ କୋର୍ଟ ଚାଲାଣ

3

ଖପ୍ରାଖୋଲ ୭/୩(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ ଗୁରୁବାର ମଧ୍ୟାହ୍ନ ରେ ପେଟ୍ରୋଲିଙ୍ଗ କଲାବେଳେ ଖପ୍ରାଖୋଲ ପାଟଣାଗଡ ରାସ୍ତା ଗମ୍ଭାରୀ ଛକ ଠାରେ ତନଖି ବେଳେ ଏକ ମୋଟର ସାଇକେଲ ରେ ବିଦେଶୀ ମଦ ଚାଲାଣ ହେଉଥିବା ବେଳେ ଜବତ କରିଥିଲେ।ତନଖି ବେଳେ ୭୨ ଲିଟର ବିଦେଶୀ ମଦ ଜବତ ହୋଇଥିବା ବେଳେ ଏକ ମୋଟର ସାଇକେଲ ଜବତ ହୋଇଛି। ବେଆଇନ ମଦ ଚାଲାଣ ଅଭିଯୋଗ ରେ ଦୁଇ ଜଣକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି। ଗିରଫ ଦୁଇଜଣ ହେଲେ ଝାରଖଣ୍ଡ ଲଟେହର ଜିଲ୍ଲା ର ଗୋବର୍ଦ୍ଧନ ସିଂ (୨୬) ଓ ପାଟଣାଗଡ ର ଶଙ୍କର ଯୁଗୁନିଆ (୪୨) ବୋଲି ପୋଲିସ ସୂଚନା ଦେଇଥିବା ବେଳେ ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୫୫/୨୫ ରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଘଟଣା ର ତଦନ୍ତ ଚାଲିଥିବା ଥାନା ଅଧିକାରୀ ନରେନ୍ଦ୍ର ଛତର ପ୍ରକାଶ କରିଛନ୍ତି।

Leave A Reply

Your email address will not be published.