କଦଳୀଗଡ଼ରେ ସୁନ୍ଦରା କାଣ୍ଡ ପାରାୟଣ ଉଦଯାପିତ

0

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ: ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ କଦଳୀ ଗଡ଼ ଗ୍ରାମରେ ସୁନ୍ଦରା କାଣ୍ଡ ପାରାୟଣ ମହା ସମାରୋହରେ ପାଳିତ ହୋଇଯାଇଛି I ଉକ୍ତ ସୁନ୍ଦରା କାଣ୍ଡ ପାରାୟଣ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତ ମାନେ ଉପସ୍ଥିତ ହୋଇ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମ ଭଗବାନ ଙ୍କର କୁପା ଲାଭ କରି ଉତ୍ସାହିତ ହୋଇ ପାଳନ କରିଥିଲେ I ଏହି କାର୍ଯ୍ୟ କ୍ରମରେ ବ୍ୟାସ ରୂପେ ପ୍ରବନ୍ଧକ ସୋନପୁର ଜିଲ୍ଲା ଡ଼ଭଲା ଗ୍ରାମରୁ ଆସିଥିବା ସୁଶ୍ରୀ ବନ୍ଦିତା ନାୟକ ଭଗବାନ ଶ୍ରୀ ରାମଙ୍କ ସୁନ୍ଦରା କାଣ୍ଡ ବିଷୟ ପାରାୟଣ ଦେଇ ଉପସ୍ଥିତ ଭକ୍ତ ମାନଙ୍କୁ ବିଶେଷ ଭାବେ ଉତ୍ସାହିତ କରିଥିଲେ Iଭକ୍ତ ମାନଙ୍କର ହରିବୋଲ ,ହୁଳହୁଳି ଶବ୍ଦରେ କଦଳୀଗଡ଼ ଗ୍ରାମକୁ ବିଶେଷ ମୂଖରିତ କରିଥିଲା I ଏହି ପାରାୟଣ କାର୍ଯ୍ୟକ୍ରମରେ ରମେଶ ଚନ୍ଦ୍ର ପ୍ରଧାନ କର୍ତ୍ତାଭାବେ କାର୍ଯ୍ୟ ତୁଲାଇ ଥିବା ବେଳେ ପୂଜକ ଭାବେ ବିବେକା ନନ୍ଦ ହୋତା ପୂଜା କର୍ମ କରିଥିଲେ ଏବଂ ଗ୍ରାମର ସମସ୍ତ ଭକ୍ତ ଉତ୍ସାହ ସହକାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ 

Leave A Reply

Your email address will not be published.