ବେଲଗୁଣ୍ଠା:-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡା ଖେଳ ପଡିଆ ଠାରେ କବିସମ୍ରାଟ ସ୍ପୋର୍ଟସ ଏସୋସିଏସନ୍ ଆନୁକୁଲ୍ୟରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି ।ଆଜି ଏହାର ଫାଇନାଲ ମୁକାବିଲାରେ ମଙ୍ଗଳପୁରକୁ ହରାଇ ନୁଆ ଗାଁ ଚମ୍ପିୟାନ ହୋଇଛି ।ଏହି ଟୁର୍ଣ୍ଣାମେଣ୍ଟ ଗତମାସ ୨୦ ତାରିଖ ରୁ ଆରମ୍ଭ ହୋଇଥିବା ବେଳେ ଆଜି ତାର ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା ।ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଭାଗ ନେଇଥିଲେ ।ଶ୍ରେଷ୍ଠତମ ପ୍ରଦର୍ଶନ କରି ତନରଡା,ନୁଆ ଗାଁ, ବାହାଡପଦର ଓ ମଙ୍ଗଳପୁର ସେମିଫାଇନାଲରେ ପ୍ରବେଶ କରିଥିଲେ । ସେମିଫାଇନାଲ ମ୍ୟାଚ ତନରଡା ସହିତ ନୁଆ ଗାଁ ଓ ବାହାଡା ପଦର ସହିତ ମଙ୍ଗଳପୁର ମଧ୍ୟରେ ଖେଳାଯାଇଥିଲା ।ନୁଆ ଗାଁ ଓ ମଙ୍ଗଳ ପୁର ଯଥାକ୍ରମେ ତନରଡା ଓ ବାହାଡା ପଦରକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ସବୁ ମ୍ୟାଚ୍ ୧୨ ଓଭର୍ ବିଶିଷ୍ଟ ହୋଇଥିବା ବେଳେ ଆଜି ଫାଇନାଲ ୧୬ ଓଭର ବିଶିଷ୍ଟ ଖେଳାଯାଇଥିଲା । ମଙ୍ଗଳପୁର ପ୍ରଥମେ ଟଚ୍ ଜିତି ବୋଲିଂ କରିବା ପାଇଁଁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ନୁଆ ଗାଁ ସମସ୍ତ ୱିକେଟ ବିନିମୟରେ ୧୩୧ ରନ୍ କରିଥିଲା ।ଏହାର ଜବାବରେ ମଙ୍ଗଳପୁର ୧୦୯ ରେ ସମସ୍ତ ୱିକେଟ ହରାଇଥିଲା ।ଫଳରେ ନୁଆ ଗାଁ ଚମ୍ପିୟାନ ହୋଇଥିଲା ।ଆଜିର ଫାଇନାଲ ତଥା ଉଦଯାପନୀ କାର୍ଯ୍ୟକ୍ରମରେ ସୋରଡ଼ା ପୁର୍ବତନ ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷା ମମତା ଭୋଳ ମୁଖ୍ୟବକ୍ତା, ଅନ୍ୟତମ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ, ତନରଡା ସରପଞ୍ଚ ସସ୍ମିତା ପାଠୀ,ବଡବୋରସିଂ ସରପଞ୍ଚ ରାମେଶ୍ବର ପାତ୍ର, ସରପଞ୍ଚ ପ୍ରତିନିଧି ପଞ୍ଚାନନ ସାମଲ,ଚୁଡଙ୍ଗ ସ୍ୱାଇଁ,ଗଗନ ଲେଙ୍କା ,ଭଞ୍ଜଭୂମି ଭଞ୍ଜନଗର ସବଡିଭିଜନ୍ ପ୍ରତିନିଧି ସୁଶାନ୍ତ କୁମାର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜୟୀ ଦଳ ନୁଆଗାଁକୁ ୧୫୦୨୭ ଟଙ୍କା ଓ ବଡ଼ ଟ୍ରଫି ସହିତ ରନର୍ସ ଅପ୍ ମଙ୍ଗଳପୁର ଦଳକୁ ୧୦୦୨୭ ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ ।ତପନ ସାମନ୍ତ ଓ ଆର୍ତ୍ତତ୍ରାଣ ନାୟକ ମ୍ୟାଚ୍ ଆମ୍ପାୟାର୍ ଭାବେ ଯୋଗ ଦେଇଥିବା ବେଳ ଆଜି ଫାଇନାଲ ମ୍ୟାଚ ର (ମ୍ୟାନ ଅଫ ଦା ମ୍ୟାଚ) ଶ୍ରେଷ୍ଠ ଖେଳାଳି ଭାବେ ନୁଆ ଗାଁ ଟିମ୍ ର ମିଟୁ ଓ (ମ୍ୟାନ ଅଫ ଦା ଟୁର୍ନାମେଣ୍ଟ) ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ମଙ୍ଗଳପୁରର ଭାଗୀ ଙ୍କୁ ଟ୍ରଫି ସହିତ ସମ୍ବର୍ଦ୍ଧିତ କରାଯାଇଥିଲା ।ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ମଙ୍ଗଳପୁରର କାହ୍ନା,ଶ୍ରେଷ୍ଠ କ୍ୟାଚ୍ ପାଇଁ ତନରଡା ର ସୁନୀଲ୍ , ଶ୍ରେଷ୍ଠ ବୋଲର୍ ଭାବେ ତନରଡାର ଶୁଭମ୍ ଙ୍କୁ ପୁରସ୍କୃତ କରାଯାଇଥିଲା ।ଆୟୋଜକ ଭାବେ ତନରଡାର ପୁର୍ବତନ ସରପଞ୍ଚ ଯୁବ ନେତା ଅନୀଲ୍ ପାଠୀ ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ କ୍ୟାପଟେନ ଶୁଭମ୍ ସ୍ୱାଇଁ, ସିଦ୍ଧାନ୍ତ,ଆରତ,ଲିପୁ,ମିଲୁ, ଗୋବିନ୍ଦ ଓ ଆଶିଷ ଙ୍କ ସହିତ ସମସ୍ତ ସଦସ୍ୟ ପରିଚାଳନା କରିଥିଲେ ।ଏହି ଟୁର୍ଣ୍ଣାମେଣ୍ଟ ପୁର୍ବରୁ ଏହି ସଙ୍ଗଠନ ତରଫରୁ ପ୍ରତିବର୍ଷ ଟୁର୍ନାମେଣ୍ଟ ଆୟୋଜିତ ହେଉଥିବା ବେଳେ ଗତ କିଛିବର୍ଷ ହେଲା ଏହା ବନ୍ଦ ଥିଲା କିନ୍ତୁ ଏହି ବର୍ଷ ପୁଣି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିବାରୁ କ୍ରିକେଟ୍ପ୍ରେମୀ ତଥା ଜନସାଧାରଣ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଆଗାମୀ ବର୍ଷ ମାନଙ୍କରେ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବା ନେଇ ଆୟୋଜକ ତଥା ପୁର୍ବତନ ସରପଞ୍ଚ ଅନୀଲ ପାଠୀ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post