ଗାନ୍ଧୀ ଜୟନ୍ତୀରେ ଚୋରା ମଦ ବିକ୍ରି ମସୁଧା ପଣ୍ଡ,

60

ଓଡ଼ଗାଁ ପୋଲିସର ଚଢ଼ାଉ, ୧୫୧ ଲିଟର ବିଦେଶୀ ମଦ ଜବତ; ଜଣେ ଗିରଫ,

ଓଡ଼ଗାଁ, ୩।୧୦(ଶ୍ରୀକାନ୍ତ କୁମାର ମିଶ୍ର): ଗାନ୍ଧୀ ଜୟନ୍ତୀରେ ମଦ ବିକ୍ରି କରିବା ଉଦ୍ଦେଶ୍ୟରେ ଘରେ ଗଚ୍ଛିତ ରଖାଯାଇଥିବା ୧୫୧ ଲିଟର ବିଦେଶୀ ମଦକୁ ଓଡ଼ଗାଁ ପୋଲିସ ଜବତ କରିଛି। ଏହି ଘଟଣାରେ ନନ୍ଦିଘୋଷ ଅଞ୍ଚଳର ବରମୁଣ୍ଡା ଛକ ନିବାସୀ ପ୍ରକାଶ ନାୟକ (୪୩)ଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ସୂଚନା ଅନୁଯାୟୀ, ଗାନ୍ଧୀ ଜୟନ୍ତୀରେ ମଦ ବିକ୍ରି ବନ୍ଦ ରହୁଥିବାରୁ ପ୍ରକାଶ ଆଠ ଦିନ ପୂର୍ବରୁ ବିଭିନ୍ନ ସମୟରେ ବିଦେଶୀ ମଦ କିଣି ନିଜ ଘରେ ଗଚ୍ଛିତ ରଖିଥିଲେ। ଏହି ମଦକୁ ଗାନ୍ଧୀ ଜୟନ୍ତୀ ଦିନ ବିକ୍ରି କରିବାକୁ ଯୋଜନା ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ବିଶେଷ ସୂତ୍ରରୁ ଖବର ପାଇ ଶରଣକୁଳ ଏସଡିପିଓ ଦୀପ୍ତିକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ସତ୍ୟନାରାୟଣ ବାରିକ, ସବ୍‌ଇନ୍ସପେକ୍ଟର ଚକ୍ରଧର ସିଂଙ୍କ ସମେତ ପୋଲିସ ଟିମ୍‌ ଶୁକ୍ରବାର ସନ୍ଧ୍ୟାରେ ବରମୁଣ୍ଡା ଛକରେ ଚଢ଼ାଉ କରିଥିଲା। ଏହି ସମୟରେ ଘରୁ ୧୫୧ ଲିଟର ବିଦେଶୀ ମଦ ଜବତ କରିବା ସହ ପ୍ରକାଶଙ୍କୁ ଗିରଫ କରିଥିଲା। ଏନେଇ ଓଡ଼ଗାଁ ଥାନାରେ କେସ୍‌ ନଂ ୩୭୫/୨୬ରେ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.