ପଦମପୁର :- ସ୍ଥାନୀୟ କଚେରୀ ପରିସର ମଧ୍ୟରେ ସିର୍ଜୀନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀଯୁକ୍ତ ଭୋଜରାଜ ବୁଡ଼େକ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ବୈଠକରେ ସିର୍ଜୀନା ମହୋତ୍ସବ ଆସନ୍ତା ଏପ୍ରିଲ ମାସର 3 ତାରିଖରେ ଭେଉଁରିଆ ଗ୍ରାମରେ ହେବ ବୋଲି ସ୍ଥିର କରାଯାଇଥିଲା। ଉକ୍ତ ଦିନ କବିତା ପାଠ, ଆଲୋଚନା ଚକ୍ର ,,ନୃତ୍ୟ, ନାଟକ କରାଯିବ ବୋଲି ଆଲୋଚନା ହେଲା। ଶ୍ରୀ ନିରଞ୍ଜନ ପଟେଲଙ୍କୁ ସଂଯୋଜକ ଦାୟିତ୍ଵ ଦିଆଗଲା। ମା ମାନଙ୍କର ଝୋଟି ପ୍ରତିଯୋଗୀତା, ଶିଶୁ ମାନଙ୍କର ନୃତ୍ୟ ପ୍ରତିଯୋଗିତା କରାଯିବ ବୋଲି ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ମହାନ୍ତି ସୂଚନା ପ୍ରଦାନ କଲେ। ଏହି ବୈଠକରେ ଶ୍ରୀ ପ୍ରମୋଦ ଚନ୍ଦ୍ର ନାଥ, ଡ ଅବନୀ କାନ୍ତ ସାହୁ ,ଶ୍ରୀ ସୁବାସ ଚନ୍ଦ୍ର ସାହୁ, ସୁଶ୍ରୀ ରଞ୍ଜୁଲତା ସାହୁ, ଶ୍ରୀ ସନାତନ ବାରିକ , ଶ୍ରୀ କୁଞ୍ଜ ବିହାରୀ ସରାଫ ଓ ଶ୍ରୀ ଗଦାଧର ନିଆଲ ପ୍ରମୁଖ ଯୋଗଦାନ କରିଥିଲେ। ଶେଷରେ ଶ୍ରୀ ଅବନୀକାନ୍ତ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ
Sign in
Sign in
Recover your password.
A password will be e-mailed to you.