ଖନ୍ଦା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ

4

ବିଜେପୁର :-ବିଜେପୁର ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଲାଉମୁଣ୍ଡା କ୍ଲଷ୍ଟରର ଖନ୍ଦା ପ୍ରାଥମିକ ବିଦ୍ୟାଳୟରେ ବାରିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଉମାକାନ୍ତ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ମହାନନ୍ଦ, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ରମେଶ କୁମାର ଶତପଥି, ଲାଉମୁଣ୍ଡା ସରପଞ୍ଚ ସୁରେନ୍ଦ୍ର ବେରିଆ, ସ୍ଥାନୀୟ ସି.ଆର୍.ସି.ସି ପ୍ରକାଷ ମହାନନ୍ଦ, ଗ୍ରାମର ମୁଖିଆ ଜନ୍ମ ପଧାନ ଓ ଶ୍ୟାମ ପଧାନ ପ୍ରମୁଖ ଯୋଗଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ କରୀଣା ପଧାନ, ସାମାଜିକକର୍ମୀ ମଙ୍ଗଳୁ ପଧାନ ଓ ବିଦ୍ୟାଳୟ ପରିଚାଳନା କମିଟୀ ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ବାଗ ମଞ୍ଚ ପରିଚାଳନା ସହିତ ଉଦ୍ଦେଶ୍ୟ ଜ୍ଞାପନ ଓ ବିବରଣୀ ପଠନ କରିଥିବା ବେଳେ ଶିକ୍ଷକ ଆର୍ତ୍ତତ୍ରାଣ ଚୌହାନ ଅତିଥିଗଣଙ୍କୁ ପରିଚିତ କରାଇଥିଲେ । ଏହି ଅବସରରେ ବାର୍ଷିକ କ୍ରୀଡାରେ କୃତି ଛଛାତ୍ରୀଙ୍କୁ ପୁରଷ୍କୃତ କରାଯାଇଥିଲା । ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ଧରଣୀଧର ପଧାନ, ଦମୟନ୍ତୀ କୁମ୍ଭାର ଓ ସ୍ବେଚ୍ଛାସେବୀ ଶିକ୍ଷାପ୍ରେମୀ ନବୀନ କୁମାର ପଧାନ ସହଯୋଗ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀମାନେ ମନୋରମ ନୃତ୍ୟ ପରିବେଷଣ  କରିଥିଲେ ।

Leave A Reply

Your email address will not be published.