ସୁନ୍ଦରଗଡ଼: ଜ଼ିଲ୍ଲା ଓକିଲ ସଂଘ, ସୁନ୍ଦରଗଡ଼ର ଯୁବ ସଭାପତି ଅଶୋକ କୁମାର ସ୍ୱାଇଁ ଙ୍କ ତତ୍ୱାବଧାନ ଓ ସମ୍ପାଦକ ସତ୍ୟଜିତ ପଣ୍ଡା ଙ୍କ ପରିଚାଳନା ରେ ପଣ୍ଡରୀଢିପା ସ୍ଥିତ ଜ଼ିଲ୍ଲା ଓକିଲ ସଂଘ, ସୁନ୍ଦରଗଡ଼ ନୂତନ କୋର୍ଟ ବିଲଡିଂ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଭଵ୍ୟ ସଫଳତାର ସହ ଅନୁଷ୍ଠିତ ହୋଇଯାଇଅଛି l ଆଜିର ଏହି କାର୍ଯ୍ୟକ୍ରମ ଟି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅପରାହ୍ନ ଘ.୪. ୧୫ ମିନିଟ ସମୟରେ ଆରମ୍ଭ ହେଇଥିଲା l ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଜ଼ିଲ୍ଲା ଜଜ ଦାୟିତ୍ୱରେ ଥିବା ଶ୍ରୀମତୀ ସସ୍ମିତା ପାଢ଼ୀ | ଶ୍ରୀମତୀ ପାଢ଼ୀ ତାଙ୍କ କର କମଳରେ ପ୍ରଥମ ବୃକ୍ଷରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ବ କରାଯାଇଥିଲା ଓ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ଅତିରିକ୍ତ ଜ଼ିଲ୍ଲା ଦୌରା ଜଜ ଶ୍ରୀ ଚିନ୍ମୟ କୁମାର ଗଛାୟତ , ଅତିରିକ୍ତ ଜ଼ିଲ୍ଲା ଜଜ -ତଥା- ପ୍ରିଯା୍ଇଡିଂ ଅଫିସର ସ୍ୱତନ୍ତ୍ର ଅଦାଲତ ପୋକସୋ ଶ୍ରୀ ଜ୍ଞାନ ରଞ୍ଜନ ପଟ୍ଟନାଏକ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ରଘୁ ନନ୍ଦନ ଦାସ , ରେଜିଷ୍ଟରାର ସିଭିଲ କୋର୍ଟ ଶ୍ରୀ ସୌଭାଗ୍ୟ ରଞ୍ଜନ ସ୍ୱାଇଁ,ସିଭିଲ ଜଜ ସିନିଅର ଡିଭିଜନ ଶ୍ରୀ ସଞ୍ଜୟ କୁମାର ଶୁଭବ୍ରତ ଆଚାର୍ଯ୍ୟ,ସିନିଅର ସିଭିଲ ଜଜ ଓମେନ୍ସ କୋର୍ଟ ସଂଘମିତ୍ରା ବିଶ୍ୱାଳ ମ୍ୟାଡ଼ାମ ସମସ୍ତେ ବୃକ୍ଷରୋପଣ କରିଥିଲେ l

ଜ଼ିଲ୍ଲା ଓକିଲ ସଂଘ, ସୁନ୍ଦରଗଡ଼ର ଯୁବ ସଭାପତି ଅଶୋକ କୁମାର ସ୍ୱାଇଁ , ଉପସଭାପତି ସ୍ୱରାଜ ପଟେଲ , ସମ୍ପାଦକ ସତ୍ୟଜିତ ପଣ୍ଡା, କୋଷାଧକ୍ଷ୍ୟ ବାଦଲ ଚୌଧୁରୀ, କାର୍ଯ୍ୟକାରୀ ସଦସ୍ୟ ପ୍ରଣବ କୁମାର ସିଂ, ମାଳି ଟପ୍ପୋ କଲ୍ୟାଣ ପାଣ୍ଠି ସଦସ୍ୟା ଶ୍ରୀମତୀ ଅଞ୍ଜନା ସାହୁ,ସଦସ୍ୟ ସୁଶାନ୍ତ କୁମାର ପାଣ୍ଡେ ଙ୍କ ସମେତ ଆଇନଜୀବି ପ୍ରଦୀପ କୁମାର ମହାପାତ୍ର, ନରେଶ କୁମାର ନାଏକ, ଅରୁଣ ଯୋଶୀ,ଧର୍ମେନ୍ଦ୍ର ପଟେଲ, ସତ୍ୟଜିତ ନାଏକ,ନୟନ ରଞ୍ଜନ ନନ୍ଦି,ମନୋଜ ମହାରଣା, କୀର୍ତି କ୍ରିଷ୍ଣା ସାମନ୍ତରାୟ,ବିକାଶ ନାରାୟଣ ନାଏକ,ସଞ୍ଜୟ ମାଝୀ,ସୁଧୀର ରଞ୍ଜନ ପଟେଲ, ରାଜେଶ ଟପ୍ପୋ,ସଂକର୍ଷଣ ବେହେରା, ବଲବନ୍ତ ପାଣ୍ଡେ ,ସ୍ୱାଗତ ବିଶି, ରଜତ ସାହୁ, ସୌମ୍ୟ ସେତୁ ପାଟଯୋଶୀ,ସ୍ୱସ୍ତିକ ପଣ୍ଡା ଓ ମହିଳା ଆଇନଜୀବି ମାନଙ୍କ ମଧ୍ୟରୁ ଲଳିତା ବାର୍ଲା, ରଶ୍ମିତା ମିଞ୍ଜ, ଗୀତାରାଣୀ ପଟେଲ, ତୃପ୍ତିମୟୀ ନାଏକ, ଦୁଶିଲା ଷଣ୍ଢ ,ସିନିରାଣୀ ପଟେଲ ଙ୍କ ସମେତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଓକିଲ ମାନେ ବୃକ୍ଷରୋପଣ କରିଥିଲେ l