ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ ବକ୍ତୃତାରେ ସୁଚିନ୍ତିକା, ଚିତ୍ରାଙ୍କନରେ ପୁଷ୍ପଲତା ପ୍ରଥମ

42


ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ


ଓଡ଼ଗାଁ, ୩।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପରିଷଦ ସୃଜନ କକ୍ଷରେ ଆୟୋଜିତ ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ-୨୦୨୬ ଅନ୍ତର୍ଗତ ‘ସ୍ୱପ୍ନର ଭାରତ’ ଶୀର୍ଷକ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାରେ ଓଡ଼ଗାଁ ପିଏମ୍‌ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଦୁଇ ଛାତ୍ରୀ କୃତିତ୍ୱ ହାସଲ କରିଛନ୍ତି। ଶିକ୍ଷକ ଏକଲବ୍ୟ ଦାଶଙ୍କ ମାର୍ଗଦର୍ଶନରେ ଦଶମ ଶ୍ରେଣୀର ଛାତ୍ରୀ ସୁଚିନ୍ତିକା ବକ୍ତୃତାରେ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରୀ ପୁଷ୍ପଲତା ଚିତ୍ରାଙ୍କନରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲାପାଳ ମଧୁମିତା ରଥ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୀତାଞ୍ଜଳି ସାହୁ ଓ ବନଲତା ବେହେରାଙ୍କଠାରୁ ଦୁଇ ଛାତ୍ରୀ ପ୍ରଶଂସାପତ୍ର ସହ ପୁରସ୍କାର ଗ୍ରହଣ କରିଥିଲେ। ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଦୁଇ ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳତା କାମନା କରିଛନ୍ତି।

Leave A Reply

Your email address will not be published.