କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା

10


କନ୍ଧମାଳ: ୨୦୨୬ ଅକ୍ଟୋବର ୨ ତାରିଖରେ ସମଗ୍ର କନ୍ଧମାଳ ଜିଲ୍ଲାରେ ଆୟୋଜିତ ଗ୍ରାମ ସଭାଗୁଡିକରେ ଯୋଗ୍ୟ ଗ୍ରାମଗୁଡିକୁ ବାଲ୍ୟ ବିବାହ-ମୁକ୍ତ ଘୋଷଣା କରି ପ୍ରସ୍ତାବଗୁଡିକ ଗୃହୀତ କରାଯାଇଥିଲା, ଯାହା ବାଲ୍ୟ ବିବାହ ନିରାକରଣ ଓ ଗୋଷ୍ଠୀ ସତର୍କଦୃଷ୍ଟିକୁ ମଜଭୁତ କରିବା ସକାଶେ ଜିଲ୍ଲାର ସମ୍ପ୍ରତି ଜାରି ରହିଥିବା ପ୍ରୟାସଗୁଡିରେ ଆଉ ଏକ ପଦକ୍ଷେପ ହୋଇଛି । ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧୀନରେ ବାଲ୍‌ ବିବାହ ମୁକ୍ତ ଅଭିଯାନ ଅଧୀନରେ ଅନୁଷ୍ଠିତ ବାଧ୍ୟତାମୂଳକ ଗ୍ରାମ ସଭା ପ୍ରକ୍ରିୟାରେ ଏହି ପ୍ରସ୍ତାବଗୁଡିକ ଆଗତ କରାଯାଇଥିଲା ।
ପ୍ରସ୍ତାବଗୁଡିକ ଫୁଲବାଣୀ, ଖଜୁରିଆପଡା, ଫିରିଙ୍ଗିଆ, ରାଇକିଆ, ଟିକାବାଲି, ତୁମୁଡିବନ୍ଧ ଏବଂ ଜି.ଉଦୟଗିରି ଆଦି ୭ଟି ବ୍ଲକ୍‌ର ୧୪ଟି ଗ୍ରାମପଞ୍ଚାୟତ ଏବଂ ସମଗ୍ର କନ୍ଧମାଳରେ ପ୍ରାୟ ୨୭୫ଟି ଗ୍ରାମକୁ ପରିସରଭୁକ୍ତ କରିଥିଲା । ଏହି ପ୍ରକ୍ରିୟାରେ ବାଲ୍ୟ ବିବାହ ନିରାକରଣକୁ ଗ୍ରାମ ସଭା ମଧ୍ୟରେ ସ୍ଥାନ ଦିଆଯାଇଥିଲା ଏବଂ ଏହି ପ୍ରସଙ୍ଗକୁ ସାମୂହିକ ଗୋଷ୍ଠୀ ଦାୟିତ୍ୱ ତଥା ପଞ୍ଚାୟତ-ସ୍ତରୀୟ ପଦକ୍ଷେପ ଭାବରେ ଗ୍ରହଣ କରାଯିବାକୁ ରଖାଯାଇଥିଲା ।
ଏହି ଅଭିଯାନ ଜଷ୍ଟ ରାଇଟ୍‌ସ୍‌ ଫର ଚିଲ୍‌ଡ୍ରେନ (ଜେଆର୍‌ସି) କାର୍ଯକ୍ରମ ଅଧୀନରେ ହମାରା ବଚ୍‌ପନ ଟ୍ରଷ୍ଟ ଦ୍ୱାରା କୈଳାସ ସତ୍ୟାର୍ଥୀ ଚିଲ୍‌ଡ୍ରେନ୍‌ସ୍‌ ଫାଉଣ୍ଡେସନ (କେଏସ୍‌ସିଏଫ) ସହିତ ସହଭାଗୀତାରେ କାର୍ଯ୍ୟକାରୀ କରାଯାଉଛି । ୨୦୨୩ ଠାରୁ ହମାରା ବଚ୍‌ପନ ଟ୍ରଷ୍ଟ କନ୍ଧମାଳ ଜିଲ୍ଲାକୁ ୨୦୩୧ ସୁଦ୍ଧା ବାଲ୍ୟ ବିବାହମୁକ୍ତ କରିବା ଲକ୍ଷ୍ୟରେ ଶିଶୁ ସୁରକ୍ଷା ବ୍ୟବସ୍ଥାଗୁଡିକ ସୁଦୃଢ କରିବା ପାଇଁ କନ୍ଧମାଳର ୭ଟି ବ୍ଲକ ଓ ୩୦୦ ଗ୍ରାମରେ ନିରନ୍ତର କାର୍ଯ୍ୟ କରିଆସୁଛି । ଏହି ସଂଗଠନ ବାଲ୍ୟ ବିବାହ-ମୁକ୍ତ ଗ୍ରାମ ପ୍ରସ୍ତାବଗୁଡିକ ଉପସ୍ଥାପନ, ଆଲୋଚନା ଏବଂ ତାହା ଗୃହୀତ କରାଇବାକୁ ପଞ୍ଚାୟତିରାଜ ସଂସ୍ଥାସମୂହ ଓ ଜିଲ୍ଲା ତଥା ବ୍ଲକ-ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ସମନ୍ୱୟ ରଖି କାର୍ଯ୍ୟ କରିଥିଲା ।
ପ୍ରସ୍ତାବଗୁଡିକ ଧାର୍ଯ୍ୟ ବାଲ୍ୟ ବିବାହ-ମୁକ୍ତ ଗ୍ରାମ ପ୍ରମାଣୀକରଣ ପ୍ରକ୍ରିୟା ଆରମ୍ଭ କରିଛି । ପ୍ରସ୍ତାବଗୁଡିକ ଗ୍ରାମସଭା ବୈଠକର ବିବରଣୀକୁ ଲିପିବଦ୍ଧ କରାଯାଇ ସଂପୃକ୍ତ ବାଲ୍ୟ ବିବାହ ନିରାକରଣ ଅଧିକାରୀଙ୍କ ସହିତ ଯାଞ୍ଚ ନିମନ୍ତେ ସହଭାଗୀତା କରାଯିବ, ଯେତେବେଳେ କି ମାନ୍ୟତାପ୍ରାପ୍ତ ପଞ୍ଚାୟତିରାଜ କାର୍ଯ୍ୟକର୍ତ୍ତାମାନେ ପରବର୍ତ୍ତୀ ପ୍ରମାଣନ ଆବଶ୍ୟକତାଗୁଡିକୁ ସମର୍ଥନ କରୁଛନ୍ତି ।
ଏହି ପ୍ରୟାସ ବାଲ୍ୟ ବିବାହ ନିରାକରଣ ନିମନ୍ତେ କନ୍ଧମାଳର ନିରନ୍ତର କାର୍ଯ୍ୟ କରିବା ସହିତ ଆନୁଷ୍ଠାନିକ ଗୋଷ୍ଠୀ-ସ୍ତରୀୟ କୋ÷ଶଳ ଯୋଗ କରୁଛି । ଏହା ଆପଦପୂର୍ଣ୍ଣ ପରିସ୍ଥିତିଗୁଡିକ ଶୀଘ୍ର ଚିହ୍ନଟ କରିବା, ଗୋଷ୍ଠୀର ସତର୍କଦୃଷ୍ଟି, ପରିବାରଗୁଡିକ ଓ ପିଲାମାନଙ୍କ ମଧ୍ୟରେ ସଚେତନତା ଏବଂ ବାଲ୍ୟ ବିବାହାର ଆଶଙ୍କା ଥିବା ସମୟରେ ସରକାରୀ ବ୍ୟବସ୍ଥାଗୁଡିକ ସହିତ ସମନ୍ୱୟ ରକ୍ଷାର ଗୁରୁତ୍ୱକୁ ପୁନଃ ସୁଦୃଢୀକରଣ କରୁଛି ।
ଅକ୍ଟୋବର ୨ ତାରିଖର ପ୍ରସ୍ତାବ ବାଲ୍‌ ବିବାହ ମୁକ୍ତି ରଥ କାରାଭାନ୍‌ ଜରିଆରେ ତୃଣମୂଳ ସ୍ତରରେ ସଚେନତତା ଓ ଗୋଷ୍ଠୀର ନିକଟତର ହେବା ସମେତ ବାଲ୍‌ ବିବାହ ମୁକ୍ତ ଭାରତ ଅଭିଯାନ ଅଧୀନରେ ଜିଲ୍ଲାର ପୂର୍ବବର୍ତ୍ତୀ ଜନସଂଗଠନ ଉପରେ ଆଧାରିତ । ପୂର୍ବବର୍ତ୍ତୀ ଅଭିଯାନ ଇତିମଧ୍ୟରେ ବାଲ୍ୟ ବିବାହ ନିରାକରଣ ବାର୍ତ୍ତାଗୁଡିକୁ ସମଗ୍ର ଜିଲ୍ଲାରେ ଗ୍ରାମ ପଞ୍ଚାୟତସମୂହ, ଗ୍ରାମ, ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଓ ଅନ୍ୟ ଗୋଷ୍ଠୀ ସ୍ଥଳରେ ପହଞ୍ଚାଇସାରିଛି ।
ଗ୍ରାମ ସଭାଗୁଡିକରେ ପ୍ରସ୍ତାବ ସହିତ ଗୋଷ୍ଠୀ ଓ ପଞ୍ଚାୟତି ରାଜ ସଂସ୍ଥାଗୁଡିକ ବାଲ୍ୟ ବିବାହ-ମୁକ୍ତ ଗ୍ରାମ ପ୍ରମାଣନ ଦିଗରେ ଆନୁଷ୍ଠାନିକ ପ୍ରକ୍ରିୟାକୁ ପୁନଃ ସୁଦୃଢ କରିଛନ୍ତି । ହମାରା ବଚ୍‌ପନ ଟ୍ରଷ୍ଟ ପ୍ରମାଣନ ପ୍ରକ୍ରିୟାକୁ ସମର୍ଥନ କରିବା ଏବଂ ଏକ ବାଲ୍‌ ବିବାହ ମୁକ୍ତ ଭାରତ ଗଠନ ଦିଗରେ ଅବଦାନ ରଖିବାକୁ ଜିଲ୍ଲା ପ୍ରଶାସନ, ପଞ୍ଚାୟତି ରାଜ ସଂସ୍ଥା ଓ ଶିଶୁ ସୁରକ୍ଷା ସହଭାଗୀମାନଙ୍କ ସହିତ ମିଶି ନିଜର କାର୍ଯ୍ୟ ଜାରି ରଖିବ ।

Leave A Reply

Your email address will not be published.