ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଫିଟ୍ନେସ୍ କୀ ଡୋଜ୍ , ଅଧଘଣ୍ଟା ରୋଜ୍ କାର୍ଯ୍ୟକ୍ରମ ଅବସରରେ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଏହି ଶୋଭାଯାତ୍ରା କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ମହାରାଜା ପେଲେସ୍ ପର୍ଯ୍ୟନ୍ତ କରାଯାଇଥିଲା।
ଆଜିର ଏହି ଶୋଭାଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଜିଲ୍ଲା ପରିଷଦ ସହକାରୀ ନିର୍ବାହୀ ଅଧିକାରୀ ଶ୍ରୀ ଭେଙ୍କଟ ରାଓ ଆଚାରୀ , ଜିଲ୍ଲା ମିଶନ ଶକ୍ତି ପରିଚାଳକ ଶ୍ରୀ ଟିମନ୍ ବାରା , ଜିଲ୍ଲା ଶାରୀରିକ କ୍ରୀଡ଼ା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମେତ ବିଭିନ୍ନ ବିଭାଗର କର୍ମଚାରୀମାନେ ଯୋଗ ଦେବା ସହିତ ସାଇକେଲ ଶୋଭାଯାତ୍ରା କରିଥିଲେ। ଫିଟ୍ନେସ୍ କୀ ଡୋଜ୍ , ଅଧଘଣ୍ଟା ରୋଜ୍ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଆୟୋଜିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ମାଧ୍ଯମରେ ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ଶରୀରକୁ ସୁସ୍ଥ , ସବଳ ଓ ସତେଜ ରଖିବା ସହ ଆଳସ୍ୟ ଭାବ , ମାନସିକ ଚାପ ଓ ରୋଗରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ଦୈନନ୍ଦିନ ଜୀବନରେ ସାଇକେଲ ଚାଳନା କରିବା ଓ ପ୍ରତିଦିନ ଯୋଗ କରିବା ଦ୍ୱାରା ଶାରିରୀକ , ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ ଦ୍ୱାରା ଆମ ମନ ଶାନ୍ତ ରହିବ ଓ ଶରୀର ସୁସ୍ଥ ରହିବା ସହ ଶକ୍ତି ମିଳିଥାଏ। ଯୋଗ କେବଳ ଏକ ଶାରିରୀକ ବ୍ୟାୟାମ ନୁହେଁ ବରଂ ଶରୀର କୁ ନୂତନ ଶକ୍ତି ଯୋଗାଇବା ସହ ଶରୀରକୁ ଫିଟ୍ ରଖିଥାଏ। ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଯୋଗ ଏକ ସୁନ୍ଦର ଉପଚାର। ପ୍ରତିଦିନ ନିଯେ ସମୟ ବାହାର କରି ବ୍ୟାୟାମ କରିବାକୁ ଜିଲ୍ଲାପାଳ ସମସ୍ତ କର୍ମଚାରୀ ମାନଙ୍କୁ ଉପଦେଶ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post