ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ପଞ୍ଚାୟତ ସମିତିର ଉପନିର୍ବାଚନରେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ପରେ ବଡବୋର ସିଂ ପଞ୍ଚାୟତର ସମିତି ସଭ୍ୟା ମମତା ଭୋଳ ଦିନ ୧ ଟା ୩୦ ମିନିଟ ସମୟରେ ଛତ୍ରପୁର ରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସରକାରୀ କାର୍ଯ୍ୟାଳୟ ଠାରେ ସାକ୍ଷାତ କରିଥିଲେ । ଆଗାମୀ ଦିନରେ ବେଲଗୁଣ୍ଠା ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ଉଭୟଙ୍କ ମଧ୍ୟରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା ।ଆଜି ସାକ୍ଷାତ ସମୟରେ ବେଲଗୁଣ୍ଠା ବ୍ଳକ୍
ବିଜେଡି ସଭାପତି ତଥା ସରପଞ୍ଚ ରାମେଶ୍ବର ପାତ୍ର, ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ତଥା ବେଣୀପଲ୍ଲୀ ସରପଞ୍ଚ ଦୂର୍ଗାମାଧବ ନାୟକ, ଜିଲ୍ଲା ପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ, ଗୋବରା ପୁର୍ବତନ ସରପଞ୍ଚ ଚନ୍ଦ୍ରଶେଖର ନାୟକ ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି, ପୁର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଦେହାନ୍ତ ପରେ ବେଲଗୁଣ୍ଠା ବ୍ଳକ୍ ରେ ଉପନିର୍ବାଚନ ହୋଇଥିଲା ।ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ୱେ ବିଜେଡିର ମମତା ଭୋଳ ଉପନିର୍ବାଚନରେ ବିଜୟୀ ହୋଇ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post