ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଦିବଙ୍ଗତ ମନ୍ମଥ ପାଢ଼ୀଙ୍କ ଏକ ଶୋକସଭା ଉତ୍କଳ ସମ୍ମିଳନୀର ରାଜ୍ୟ ଉପ ସଭାପତି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
୨୫ ତାରିଖ ସନ୍ଧ୍ୟାରେ ୮୮ବର୍ଷ ବୟସରେ ବିଶିଷ୍ଟ କବି ତଥା ଲେଖକ ମନ୍ମଥ ପାଢୀଙ୍କ ବ୍ରହ୍ମପୁରସ୍ଥିତ ପାଲୁର ବଙ୍ଗଳା ବାସଭବନରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। ପାରଳାଖେମୁଣ୍ଡି ବକ୍ସି ସାହି ନିବାସୀ ସ୍ୱର୍ଗତ ଭାଗିରଥି ପାଢୀଙ୍କ ପୁତ୍ର ଅଟନ୍ତି। ସ୍ବର୍ଗତ ମନ୍ମଥ ପାଢୀ ଏ ମାଟିର ଜଣେ ସାହିତ୍ୟ ସାଧକ ଥିଲେ। ଜଣେ ଉଚ୍ଚ କୋଟିର ସାହିତ୍ୟ ସାଧକ , ସାମାଜିକ କାର୍ମୀ ଭାବେ ଦକ୍ଷିଣ ଓଡ଼ିଶାରେ ବେଶ୍ ନାମ କରିପାରିଛନ୍ତି। ବାଣିଜ୍ଯ କର ଅଧିକାରୀ ଭାବେ ଅବସର ନେଲାପରେ ସେ ସାହିତ୍ୟ ଓ ସଂସ୍କୃତିର ଅଭି ବୃଦ୍ଧି ଦିଗରେ ନିଜର ଅବଦାନ ଅବିସ୍ମରଣୀୟ ହୋଇରହିବ। ଗଞ୍ଜାମ ଜିଲ୍ଲା ଉତ୍କଳ ସମ୍ମିଳନୀର ସଭାପତି ଭାବେ ରହି ଓଡିଶାର ବିଚ୍ଛିନ୍ନାଞ୍ଚଳର ଆନ୍ଧ୍ରପ୍ରଦେଶରେ ଓଡିଆ ମାନଙ୍କୁ ସଂଗଠନ କରି ଓଡିଆ ଜାତି ଓ ଅସ୍ମିତାର ମୂଲ୍ୟ ସୂଚାଇ ଥିଲେ। ପାରଳା ଉତ୍କଳ ସମ୍ମିଳନୀ ସହିତ ସଂପର୍କ ଥିଲା।
ଜିଲ୍ଲା ଉତ୍କଳ ସମ୍ମିଳନୀର ସଭାପତି ଭାରତ ଭୂଷଣ ମହାନ୍ତି , ସମ୍ପାଦକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ସହ ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସହ ମୁରଲୀ ଧର ପରିଚ୍ଛା , ତ୍ରିପତି ପ୍ରସାଦ ପଣ୍ଡା , ଅଶ୍ଵିନୀ ପାଢ଼ୀ , ଜଗଦୀଶ ମହାପାତ୍ର , ସୁରେଶ ଦାସ , ନବୀନ ନାୟକ ପ୍ରଭୃତି ଯୋଗ ଦାନକରି ଦିବଙ୍ଗତ ପାଢ଼ୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post